ପ୍ରଶ୍ନକାଳରେ ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ପ୍ରସଙ୍ଗ, ପୋଷ୍ଟର ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

Published By : Prameya-News7 Bureau | November 27, 2019 IST

ଭୁବନେଶ୍ବର ୨୭।୧୧: ବିଧାନସଭାର ଶୀତ ଅଧିବେଶନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ପୋଷ୍ଟର ପ୍ରଦର୍ଶନ କରିଛନ୍ତି । ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସାରିବାକୁ ସେ ଦାବି କରି ଏଭଳି ପୋଷ୍ଟର ପ୍ରଦର୍ଶନ କରିଛନ୍ତି ।

{"id":190528,"sizeSlug":"large"}

ଆଜି ବିଧାନସଭା ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ସମନ୍ବୟ, ମତ୍ସ୍ୟ ଓ ପଶୁ ସମ୍ପଦ ଆଦି ବିଭାଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଭାଗୀୟୟ ମନ୍ତ୍ରୀ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ।

{"id":190529,"sizeSlug":"large"}

ଅନ୍ୟପଟେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ପ୍ରସ୍ତାବ ଆଗତ ହୋଇଛି । ମୁଲତବୀ ଶୀର୍ଷକ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏହାର ଉତ୍ତର ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.