Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଛି, ସରକାର ତଥ୍ୟ ଲୁଚାଉଥିବା ବେଳେ ମନ୍ତ୍ରୀଙ୍କ କଥାରେ ରହୁନି ତାଳମେଳ: ସାଲୁଜା

6/09/2021 at 5:43 PM

ଭୁବନେଶ୍ୱର, ୦୬/୦୯: ରାଜ୍ୟରେ ସମ୍ଭାବ୍ୟ ମରୁଡି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଛନ୍ତି । ଏହି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଭାଗ ଗୁଡିକରେ ଅଫିସରଙ୍କ ମରୁଡ଼ି ପଡିଛି । ଏଠାରେ ପ୍ରଶ୍ନ କିଏ ଗ୍ରାଉଣ୍ଡ ଭିଜିଟ କରି ଅନୁଧ୍ୟାନ କରିବ ? ସରକାର ନିଜେ ମାନିଛନ୍ତି ୫୭ଟି ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ହୋଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ମରୁଡ଼ି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରନ୍ତୁ । ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି ସରକାର ସ୍ୱୀକାର କରନ୍ତୁ । ରାଜକନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଆଣ୍ଟିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ ଏପରି ପରିସ୍ଥିତି ହୋଇଛି । ସରକାରଙ୍କ ମନ୍ତ୍ରୀ ଦେଉଥିବା ତଥ୍ୟରେ ତାଳ ମେଳ ରହୁନି । ରାଜସ୍ୱ ମନ୍ତ୍ରୀ ୧୪ ଜିଲ୍ଲାର ୩୦ ବ୍ଲକରେ ନିଆଣ୍ଟିଆ ବର୍ଷା ହୋଇଛି ବୋଲି କହୁଥିବା ବେଳେ କୃଷି ମନ୍ତ୍ରୀ ୧୪ ଜିଲ୍ଲାର ୪୭ଟି ବ୍ଳକରେ କମ ବର୍ଷା ହୋଇଥିବାର ତଥ୍ୟ ଦେଉଛନ୍ତି । ଚାଷୀ ଆତ୍ମହତ୍ୟା ଆରମ୍ଭ ହେଲାଣି । ସରକାର ମରୁଡ଼ି ଲୁଚେଇବାକୁ ଚାହୁଁଛନ୍ତି । ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ସେ ନେଇ ପ୍ରଶ୍ନ କରିଛନ୍ତି ସାଲୁଜା ।

ତେବେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ନିଆଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ଏକ ପ୍ରକାର ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ତଥ୍ୟ ଲୁଚେଇ ନାହାନ୍ତି ।

   Related Posts