ମଧ୍ୟପ୍ରଦେଶ ଫ୍ଲୋର ଟେଷ୍ଟର ଦିନେ ପୂର୍ବରୁ ଭୋପାଳ ଫେରିଲେ କଂଗ୍ରେସ ବିଧାୟକ

Published By : Prameya-News7 Bureau | March 15, 2020 IST

ମଧ୍ୟପ୍ରଦେଶ ରାଜନୀତିରେ ସୃଷ୍ଟି ହୋଇଥିବା ଝଡ ପରେ ଆଜି ସକାଳୁ କଂଗ୍ରେସ ବିଧାୟକ ଜୟପୁରରୁ ଫେରିଛନ୍ତି | ଜୟପୁରରୁ ଫେରି ବିଧାୟକମାନେ ଏକ ହୋଟେଲରେ ଆସନ୍ତାକାଲି ଯାଏଁ ରହିବେ | ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ଲମେକର କହିଛନ୍ତି ଯେ ସରକାର ଏହି ଫ୍ଲୋର ଟେଷ୍ଟରେ ପାସ ହେବେ | 

ମନ୍ତ୍ରୀ ସଜ୍ଜନ ସିଂହ ବର୍ମା କହିଛନ୍ତି ଯେ, କଂଗ୍ରେସ ପାଖରେ ଯଥେଷ୍ଟ ନେତା ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ସମସ୍ତ ନେତା ଜିତିବା ସ୍ୱାଭାବିକ | ବିଧାୟକ କାନ୍ତିଲାଲ ଭୁରିଆ କହିଛନ୍ତି ଯେ, କଂଗ୍ରେସ ସରକାର ସମ୍ପୂର୍ଣ ସୁରକ୍ଷିତ |

ବର୍ତ୍ତମାନ ଚିନ୍ତାରେ ପଡିଥିବା କମଲନାଥ ତାଙ୍କ ବାସଭବନରେ ଏକ କ୍ୟାବିନେଟ ବୈଠକ ଡାକିଥିଲେ | ଜୟପୁରରୁ ଫେରିଥିବା ଅନେକ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ | କମଲନାଥ ପୁଣି ନିଜ ବିଧାୟକଙ୍କୁ ସାକ୍ଷାତ କରିବାର ଯୋଜନା ରହିଛି | ଦଳର ଜଣେ ନେତାଙ୍କ କହିବାନୁଯାୟୀ, ବିଧାୟକମାନଙ୍କୁ ହୋଟେଲରୁ ବାହାରକୁ ଯିବା ପାଇଁ ଏବଂ ଫୋନରେ କାହା ସହ କଥାବାର୍ତା କରିବା ପାଇଁ ମନା କରାଯାଇଛି | ତେବେ କେତେଜଣ ବିଧାୟକ ଜୟପୁର ଯାଇଥିଲେ ତାହା ମନ୍ତ୍ରୀ ବଜେନ୍ଦ୍ର ସିଂହ ରାଥୋଡ କହିବା ପାଇଁ ରାଜି ନୁହନ୍ତି କିନ୍ତୁ ସବୁକିଛି ଠିକ ଅଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.