Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କଂଗ୍ରେସକୁ ସୁଦୃଢ କରିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ବିଧାୟକ

9/12/2021 at 2:56 PM

ଭୁବନେଶ୍ବର ୯।୧୨: କଂଗ୍ରେସକୁ ସୁଦୃଢ କରିବା ପାଇଁ ଏକ ଶକ୍ତ ପଦକ୍ଷେପ ନେବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା କଂଗ୍ରେସ ବିଧାୟକ ଦଳ। ଆଗକୁ ପଞ୍ଚାୟତ ପୌର ଓ ସମବାୟ ନିର୍ବାଚନ ଆସୁଛି। ବିଜେଡି-ବିଜେପି ଉପରୁ ଲୋକେ ଆସ୍ଥା ତୁଟାଇ ସାରିଲେଣି । କଂଗ୍ରେସ ଉପରେ ଲୋକେ ଆସ୍ଥା ପ୍ରକଟ କଲେଣି । ଏଭଳି ସ୍ଥିତିରେ ଦଳକୁ ସୁସଙ୍ଗଠିତ କରିବା ସହିତ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଗୋଟିଏ ଛତା ତଳେ ଏକତ୍ରିତ କରିବା ପାଇଁ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବା ପାଇଁ କଂଗ୍ରେସ ବିଧାୟକ ଦଳ ସମୟ ମାଗିଥିବା କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ତାରା କହିଛନ୍ତି ।

ସେହିପରି କଂଗ୍ରେସ ନେତା ତଥା ବିଧାୟକ ସିଏସ୍ ରାଜନ ଏକ୍କା କହିଛନ୍ତି, କଂଗ୍ରେସର ସଂଗଠନକୁ କିପରି ମଜବୁତ କରଯାଇ ପାରିବ ସେ ନେଇ ସିଏଲପି ବୈଠକରେ ଆଲୋଚନା ହୋଇଛି । ଗ୍ରାଉଣ୍ଡ ରିୟଲିଟିକୁ ଜାଣିବା ପରେ ବି ତାକୁ ନ ମାନିକି ଯଦି କାର୍ଯ୍ୟ କରିବା ତାହେଲେ କିଛି ହେବନାହିଁ । ପିସିସି କେମିତି କାର୍ଯ୍ୟ କରୁଛି ତାହା ଏଆଇସିସି ନିଷ୍ପତ୍ତି ନେବ । କଂଗ୍ରେସକୁ କେମିତି ମଜବୁତ କରାଯିବ, ନିର୍ବାଚନ କେମିକି ଲଢ଼ିବୁ ସେ ବିଷୟରେ ଗ୍ରାଉଣ୍ଡ ରିୟଲିଟି ନେଇ ଆମେ ବିସ୍ତୃତ ଆଲୋଚନା କରିଛୁ । ବିଧାନସଭା ପରେ ଆଉ ଥରେ ବୈଠକ ବସିବ । ସେହି ବୈଠକ ପରେ ବିଧାୟକ ଦଳ ତାର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ।

ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଦଳୀୟ ନେତାମାନେ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଏଭଲି ସ୍ଥିତିରେ ପିସିସି ଓ ଏଆଇସିସି ସ୍ତରରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

   Related Posts