Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ବିଜେପି ସାଂସଦ ସନ୍ନି ଦେଓଲଙ୍କୁ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନ-‘ଦୀପ ସିଦ୍ଧୁ କିଏ ?’ ସନ୍ନି ଦେଓଲଙ୍କ ଜବାବ୍…

27/01/2021 at 2:56 PM

ନୂଆଦିଲ୍ଲୀ ୨୭/୦୧ : ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ କୃଷକ ଆନ୍ଦୋଳନକାରୀଙ୍କ ଉତ୍ପାତ, ହିଂସା ଓ ଲାଲ କିଲ୍ଲାରେ ଧ୍ୱଜାରୋହଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ଓ କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂହ ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ଟାର୍ଗେଟ କରିଛନ୍ତି।

ବିକ୍ରମାଦିତ୍ୟ ସିଂହ ମାମଲାରେ ‘ଦୀପ ସିଦ୍ଧୁ’ ନାମକ ବ୍ୟକ୍ତିଙ୍କ ସନ୍ନି ଦେଓଲଙ୍କ ଫଟୋ ଭାଇରାଲ ହେବାପରେ ତାଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେ ସନ୍ନି ଦେଓଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯେଉଁ ଦୀପ ସିଦ୍ଧୁକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବାକୁ ନେଇଯାଇଥିଲା ସେ କିଏ ?

ଶିମଲା ଗ୍ରାମୀଣରୁ ବିଧାୟକ ଥିବା ବିକ୍ରମାଦିତ୍ୟ ସିଂହ କହିଛନ୍ତି, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଯାହାସବୁ ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଦେଶର ରାଷ୍ଟ୍ରୀୟ ଧ୍ବଜାର ଅପମାନ ଦେଶର ଅପମାନ, ଏହା ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏସବୁ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସେ କହିଛନ୍ତି, ଆମେ ଦେଶର କୃଷକଙ୍କ ଦାବିକୁ ସମ୍ପୂର୍ଣ ସମର୍ଥନ କରୁଛୁ। କିନ୍ତୁ ବିରୋଧ ନାଁରେ ଏହିଭଳି ହିଂସା ସୃଷ୍ଟି କରିବା ଏହି ଆନ୍ଦୋଳନ ଉପରେ ବଡ ପ୍ରଶ୍ନ ଛିଡା କରିଛି। କୃଷକ ସଂଗଠନ ଏହିଭଳି ତତ୍ତ୍ୱକୁ ଆନ୍ଦୋଳନରୁ ବାହାର ରଖିବା ଉଚିତ ନଚେତ ବିଶ୍ୱସନୀୟତା ଉପରେ ଆଙ୍ଗୁଳି ଉଠିବ। ସେ କହିଛନ୍ତି ବିଜେପି ସାଂସଦ ସ୍ପଷ୍ଟୀକରଣ ଦେବା ଉଚିତ ଯେ ଦୀପ ସିଦ୍ଧୁ କିଏ ଯିଏ ଗତକାଲିର ହିଂସା ଘଟଣାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ଜଣାପଡିଛି।

ବିଜେପି ସାଂସଦ ସନ୍ନି ଦେଓଲ ଟ୍ୱିଟ କରି ମାମଲାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ,”ଦୀପ ସିଦ୍ଧୁ ସହ ତାଙ୍କର କୌଣସି ସମ୍ପର୍କ ନାହିଁ |”

ସୂଚନାଯୋଗ୍ୟ ଯେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି, ସନ୍ନି ଦେଓଲ ଓ ଦୀପ ସିଦ୍ଧୁର ଫଟୋ ଭାଇରାଲ ହୋଇଛି।

   Related Posts