Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରିସୋର୍ଟ ପଲିଟିକ୍ସ : ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବାକୁ ଉଦ୍ୟମ, ଜୟପୁର ଯିବେ କଂଗ୍ରେସ ବିଧାୟକ

11/03/2020 at 10:00 AM

ଜୟପୁର ୧୧।୦୩: ଦିର୍ଘ ୧୮ବର୍ଷ ପରେ କଂଗ୍ରେସକୁ ବାଏ ବାଏ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଙ୍ଗଳବାର ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସରୁ ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥନରେ ୨୨ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୨ଜଣ ବିଧାୟକଙ୍କ ଇସ୍ତଫା ଏବଂ ଅନ୍ୟ ଚାରି ବିଧାୟକଙ୍କ ବୈଠକରେ ଅନୁପସ୍ଥିତ ନେଇ ସଙ୍କଟ ପଡିଛନ୍ତି କମଲନାଥ ସରକାର । ବିଧାୟକଙ୍କ ମାନଙ୍କ ଇସ୍ତଫାକୁ ନେଇ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା । ବିଧାୟକଙ୍କ ମାନଙ୍କୁ ଲୋଭ ଦିଆଯାଇ ଏପରି କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ବର୍ତ୍ତମାନ ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ନିକଟରେ ନିଜର ୮୮ଜଣ ବିଧାୟକ ଓ ସ୍ବାଧୀନ ୪ଜଣ ବିଧାୟକଙ୍କ ସମର୍ଥନ ଅଛି ବୋଲି ଦାବି କରୁଛନ୍ତି । ଏବଂ ମଙ୍ଗଳବାର ଦିନ ହୋଇଥିବା ବିଧାୟକ ବୈଠକରେ ଏହି ସବୁ ବିଧାୟକମାନେ ଉପସ୍ଥିତ ଥିଲେ । ଯେଉଁଥିପାଇଁ ସରକାରକୁ କୌଣସି ବିପଦ ନାହିଁ ବୋଲି କମଲନାଥ ଦାବି କରିଥିଲେ । କିନ୍ତୁ ବାସ୍ତବରେ ଏବେ ସଙ୍କଟରେ ପଡିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ।

ବୁଧବାର ଦିନ କଂଗ୍ରେସ ୯୨ଜଣ ବିଧାୟକଙ୍କୁ ରାଜସ୍ଥାନ ପଠାଇବାକୁ ଯୋଜନା କରୁଛି ବୋଲି ଜଣାପଡିଛି । ଏକ ବିଶେଷ ବିମାନରେ ସମସ୍ତ ବିଧାୟକଙ୍କୁ ରାଜସ୍ଥାନର ଜୟପୁରକୁ ପଠାଯିବ । ଯେଉଁଠାରେ ଏମାନଙ୍କୁ ସମ୍ଭାଳିବା ଦାୟ୍ବିତ୍ବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଙ୍କ ଟିମ୍‌କୁ ଦିଆଯାଇଛି ।  ମଧ୍ୟପ୍ରଦେଶର ୯୨ଜଣ ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟରେ ରଖାଯିବ ବୋଲି ସୂଚନା ମିଳିଛି । ଯାହାଦ୍ବାରା ଦେଶରେ ପୁଣି ଥରେ ଦେଖିବାକୁ ମିଳିବ ‘ରିସୋର୍ଟ ପଲିଟିକ୍ସ’  । ବିଧାୟକଙ୍କ ରହଣି ନେଇ ବିଶେଷ ସୁବିଧା କରିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

   Related Posts