ଗୁଜରାଟରେ କଂଗ୍ରେସ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ, ଆଜି ମୁଖ୍ୟମନ୍ତ୍ରୀ-ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଥିଲେ ସାମିଲ
14/04/2020 at 10:14 PM

ଅହମ୍ମଦାବାଦ ୧୪।୦୪: ଗୁଜରାତର ଜମାଲପୁରରୁ କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ଵାଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଦିନ ହିଁ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ରାଜ୍ୟର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ବିଧାୟକ କରୋନା ସଂକ୍ରମିତ ହେବା ପରେ ହୋଇପାରେ ପ୍ରତିଷେଧମୂଳକ ସ୍ଵରୂପ ଗୁଜରାଟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜକୁ ନିଜେ କ୍ଵାରେଣ୍ଟାଇନରେ ରଖି ପାରନ୍ତି।
କଂଗ୍ରେସର ସମସ୍ତ ବିଧାୟକ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହିତ ବୈଠକରେ ଯୋଗ ଦେଇଥଲେ। ଉଲ୍ଲେଖଯୋଗ୍ୟ, ଇମ୍ରାନ ଖେଡାଓ୍ଵାଲା ନାଗରିକ ସଂଶୋଧନ କାନୁନ(ସିଏଏ) ବିରୋଧରେ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହି ସାରିଛନ୍ତି। ଏବେ ସେ କରୋନା ପଜିଟିଭ୍ ଚିହ୍ନଟ ପରେ ଚର୍ଚ୍ଚାକୁ ଆସିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜୟ ରୂପାନୀ ମଙ୍ଗଳବାର କଂଗ୍ରେସ ବିଧାୟକ ଗୟାସୁଦ୍ଦୀନ ଶେଖ, ଇମ୍ରାନ ଖେଡାଓ୍ଵାଲା ଓ ଶୈଲେସ ପରମାନଙ୍କ ସହିତ ବୈଠକ କରିଥିଲେ। ଏହି ବୈଠକ ଅହମ୍ମଦାବାଦର ଦୁଇଟି ଇଲାକାରେ କର୍ଫ୍ୟୁ ଲାଗୁ କରିବା ନେଇ ଥିଲା। ଏହି ବିଧାୟକ ଦୁଇଟି ଅଞ୍ଚଳର ପ୍ରତିନିଧିତ୍ଵ କରନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ଯେ, କୋଭିଡ୍-୧୯ ମାମଲା ରୋକିବା ପାଇଁ ଅହମ୍ମଦାବାଦର ପୁରୁଣା ସହର ଓ ଦାନିଲିମ୍ବଡା ଅଞ୍ଚଳରେ ବୁଧବାର ସକାଳ ୬ଟାରୁ କର୍ଫ୍ୟୁ ଲଗାଯିବ।
ଅହମ୍ମଦାବାଦର ଜମାଲପୁର ଅଞ୍ଚଳ କରୋନା ଗ୍ରସ୍ତ। କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ଵାଲା ଗତ ଦିନରେ ନିଜର ବିଧାନସଭା କ୍ଷେତ୍ରରେ ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସି କାମ କରିଥିଲେ।