Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ‌ ବିଧାୟକ ଦେଲେ ୧ କୋଟି ୨୧ ଲକ୍ଷ ଟଙ୍କା

1/03/2021 at 6:49 PM

ରାୟବରେଲି, ୦୧/୦୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାରିଆଡ଼ୁ ଭକ୍ତମାନେ ବହୁଳମାତ୍ରାରେ ଦାନ କରୁଥିବା ଦେଖିବାକୁ ମିଳିଛି । ବିଧାନ ପରିଷଦର ସଦସ୍ୟ ଦିନେଶ ସିଂ ଏବଂ କଂଗ୍ରେସର ବାଗି ବିଧାୟକ ରାକେଶ ସିଂ ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟକୁ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ସେ ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କୁ ଦେଇଛନ୍ତି । ଦିନେଶ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ସର୍ବଦା ରାମ ମନ୍ଦିର ମୁଦ୍ଦାକୁ ନେଇ ଆପେକ୍ଷା କରିଥିଲା । ଏହା ଜଣେ ସାଧାରଣ ଲୋକ ପାଇଁ ଭାବର ମୁଦ୍ଦା ରହିଥିଲା । ଏଥି ସହିତ ସେ କହିଛନ୍ତି ଯେ, ଆତ୍ମାକୁ ଶାନ୍ତି ରଖିବା ପାଇଁ ଆମେ ନିଜେ ରାମ ମନ୍ଦିର ନିର୍ମାଣର ଦାୟିତ୍ୱ ନେଉଛୁ ।

କହି ରଖୁଛୁ ଯେ, ଏହା ପୂର୍ବରୁ ରାୟବରେଲି ସୋରେନିର ପୂର୍ବ ବିଧାୟକ ଏକ କୋଟି ୧୧ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି ଏବଂ ରାୟବରେଲିର ସଦରରୁ କଂଗ୍ରେସ ବିଧାୟକ ଅଦିତି ସିଂ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଟ୍ରଷ୍ଟର ମହାସଚିବ ଚମ୍ପତ୍ତି ରାୟ ମନ୍ଦିର ୩ ବର୍ଷ ମଧ୍ୟରେ ଲୋକମାନେ ଦେଖି ପାରିବେ ବୋଲି କହିବା ସହିତ ସାରା ଦେଶ ନିଜ ନିଜ ସ୍ଥାନରେ ଦେବାଦେବୀ ମନ୍ଦିରର ସୁରକ୍ଷା କରିବା ଅଯୋଧ୍ୟାରୁ ଶିଖିଥିବା ସେ କହିଛନ୍ତି ।

ତେବେ ୨୭ ଫେବୃଆରୀ ସନ୍ଧ୍ୟା ସୁଦ୍ଧା ରାମ ମନ୍ଦିର ପାଇଁ ୨୧୦୦ କୋଟି ଟଙ୍କା ଦାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ଏହାର ନିର୍ମାଣରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଦାନ ଟଙ୍କା ଏହି ଅନୁମାନର ପ୍ରାୟ ଦେଢ଼ ଗୁଣ ହେବ । ବିଶ୍ୱ ହିନ୍ଦୁ ପରିଷଦ ୧୫ ଜାନୁଆରୀରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା ୪୪ ଦିନ ମଧ୍ୟରେ ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଇଥିଲା । ଯେଉଁ ରାଜ୍ୟରେ ଅଭିଯାନ ବିଳମ୍ବରେ ଆରମ୍ଭ ହୋଇଥିଲା ସେହି ରାଜ୍ୟରେ ଦାନ ସଂଗ୍ରହ କରାଯାଉଛି । ଏଭଳି ପରିସ୍ଥିତିରେ ପରିମାଣ ଆହୁରି ବଢ଼ିବ ବୋଲି କୁହାଯାଉଛି । ପୂର୍ବରୁ ଏହାର ନିର୍ମାଣ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିଲା ।  କିନ୍ତୁ ଭିତ୍ତିଭୂମି ଯୋଜନାରେ ପରିବର୍ତ୍ତନ ହେତୁ ଏହାର ଖର୍ଚ୍ଚ ବୃଦ୍ଧି ପାଇଥିଲା ।

   Related Posts