ମଦ ବିକ୍ରି ଆରମ୍ଭ କରିବାକୁ କଂଗ୍ରେସ ବିଧାୟକ କଲେ ଦାବି, କହିଲେ ଗଳାରେ ମରିଯିବ ଭାଇରସ୍

Published By : Prameya-News7 Bureau | May 01, 2020 IST

ଜୟପୁର ୧।୫: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ବଳବତ୍ତର ରହିଛି । ଲକ୍ ଡାଉନ୍ ଯୋଗୁଁ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ଏହି ସମୟରେ ବିଭିନ୍ନ ଦଳର ନେତାମାନେ ମଧ୍ୟ ମଦ ବିକ୍ରୟ ଆରମ୍ଭ କରିବାକୁ ଦାବି କରୁଛନ୍ତି ।

କେହି କେହି ଗଳାରେ ହିଁ ଭାଇରସକୁ ମାରିବା କଥା କହୁଥିବା ବେଳେ କିଛି ଲୋକ ଯୁଦ୍ଧ ପୂର୍ବରୁ ମଦ୍ୟପାନ କରିବାକୁ ପଡେ ବୋଲି କହୁଛନ୍ତି । ରାଜସ୍ଥାନ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ସାଙ୍ଗୋଦର ବିଧାୟକ କଂଗ୍ରେସ ନେତା ଭାରତ ସିଂହ, ଭାରତୀୟ ଜନତା ପାର୍ଟି (ବିଜେପି) ର ପୂର୍ବତନ ମନ୍ତ୍ରୀ ଭବାନୀ ସିଂହ ରାଜାଓ୍ବତ ଏବଂ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱନ୍ତ ପୁନିଆ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଖୁବ୍ ଶୀଘ୍ ମଦ ବିକ୍ରି ଆରମ୍ଭ କରିବାକୁ ଦାବି କରିଛନ୍ତି ।

କଂଗ୍ରେସ ବିଧାୟକ ଭରତ ସିଂ ଲେଖିଛନ୍ତି ଯେ, ଯଦି ଆଲକୋହଲରେ ହାତ ଧୋଇବା ଦ୍ବାରା କରୋନା ମରୁଛି, ତେବେ ମଦ୍ୟପାନ କରିଲେ ଏହି ଭାଇରସକୁ ଗଳାରେ ହିଁ ମରିଯିବେ । ସରକାର ମଧ୍ୟ ଟଙ୍କା ପାଇବେ ଏବଂ ଭାଇରସ୍ ମଧ୍ୟ ମରିବେ । ତେଣୁ ଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ । ଏହାସହ ବିଜେପି ନେତା ଭବାନୀ ସିଂ ରାଜାଓ୍ବାତ ମଧ୍ୟ କହିଛନ୍ତି ଯେ, ସତ୍ୟଯୁଗରେ ଦେବତା ସୋମରସ ପାନ କରୁଥିଲେ । କରୋନା ସମୟରେ ମଦ୍ୟପାନରୁ ବଞ୍ଚିତ ରଖିବା ଠିକ୍ ନୁହେଁ । ବଡ ବଡ ମହାପୁରୁଷ ଓ ଦେବତାମାନେ ଯେତେବେଳେ ଯୁଦ୍ଧ କରିବାକୁ ଯାଉଥିଲେ ଶତ୍ରୁମାନଙ୍କ ବିନାଶ କରିବା ପାଇଁ ସୋମରସ ପାନ କରୁଥିଲେ । ସେ କହିଛନ୍ତି ଯେ କରୋନା ବିରୋଧରେ ଲଢେଇ ପାଇଁ ମଦ୍ୟପାନ ଆବଶ୍ୟକ।

ମଦ ବିକ୍ରି ଆରମ୍ଭ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱନ୍ତ ପୁନିଆ ପ୍ରଥମ ଚିଠି ଲେଖିଥିଲେ । ପୁନିଆ କହିଛନ୍ତି ଯେ, ମଦ୍ୟପାନ କରୁଥିବା ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସରକାର ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଏହାର ବିକ୍ରୟ ଆରମ୍ଭ ହେବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ଗେହଲଟ୍ ସରକାର ମଧ୍ୟ ମଦ ବିକ୍ରି ଆରମ୍ଭ କରିବାକୁ ଚାହୁଁଛନ୍ତି । ମଦ ମୂଲ୍ୟରେ ସରକାର ୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିବା ସହିତ କଣ୍ଟ୍ରାକ୍ଟରମାନଙ୍କୁ ମଦ ବିତରଣ କରିବାକୁ କୁହାଯାଇଛି । ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ମଦ ଦୋକାନ ଖୋଲୁନାହିଁ ।

{"id":262919,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.