Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କଂଗ୍ରେସ ବିଧାୟକଙ୍କ ଚାଞ୍ଚଲ୍ୟକର ଦାବି, ଝାଡଖଣ୍ଡରେ ସରକାର ଭାଙ୍ଗିବା ପାଇଁ ମିଳିଲା ଏକ କୋଟି ଓ ମନ୍ତ୍ରୀ ପଦ ଅଫର

26/07/2021 at 9:18 PM

ରାଞ୍ଚି ୨୬।୦୭: ଝାଡଖଣ୍ଡରେ ମେଣ୍ଟ ସରକାର ଭାଙ୍ଗିବା ପାଇଁ ଚାଲିଥିଲା ଷଡଯନ୍ତ୍ର। ଅଭିଯୋଗ କ୍ରମେ ରାଞ୍ଚିର ଏକ ହୋଟେଲରୁ ଗିରଫ ହେଲେ ତିନି ଜଣ। ଏହି ଘଟଣା ନେଇ ଏବେ ଉଠୁଛି ପଡୁଛି ଝାଡଖଣ୍ଡ ରାଜନୀତି। ଆଉ ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ। ଏହି ମାମଲାରେ କଂଗ୍ରେସର ଜଣେ ବିଧାୟକ ଦାବି କରିଛନ୍ତି ଯେ, କିଛି ଅଜଣା  ବ୍ୟକ୍ତି ତାଙ୍କୁ ଅନେକ ଥର ଯୋଗାଯୋଗ କରି ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ଏକ କୋଟି ଟଙ୍କା ସହ ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, କୋଲେବିରାର କଂଗ୍ରେସ ବିଧାୟକ ନମନ ବିକ୍ସଲ କୋଙ୍ଗାରୀ ଦାବି କରିଛନ୍ତି ଯେ, ତିନି ଜଣ ବ୍ୟକ୍ତି ମୋର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ମୋ ସହ ଯୋଗାଯୋଗ କରିଥିଲେ। ଏହି ତିନି ଜଣ କୌଣସି ଏକ କମ୍ପାନୀରେ କାମ କରୁଥିବା କହିଥିଲେ। ମନା କରିବା ସତ୍ତ୍ଵେ ବି ସେମାନେ ମାନିନଥିଲେ। ପୁଣି ମୋତେ ଏକ କୋଟି ଟଙ୍କାର ନଗଦ ଟଙ୍କା ଅଫର କରିଥିଲେ। ଏପରିକି  ମନ୍ତ୍ରୀ ପଦ ଦିଆଯିବା ବୋଲି ତିନି  ବ୍ୟକ୍ତି କହିଥିଲେ। ଏହା ପରେ ତୁରନ୍ତ ମୁଁ କଂଗ୍ରେସ ନେତା ଆଲମଗିର ଆଲମ ଓ କଂଗ୍ରେସ ଝାଡଖଣ୍ଡ ପ୍ରଭାରୀ ଆରପିଏନ ସିଂହଙ୍କୁ ସୂଚିତ କରାଇଥିଲି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଘଟଣା ବିଷୟରେ ସୂଚନା ଦେଇଛି।

ନମନ ବିକ୍ସଲ କୋଙ୍ଗାରୀ କହିଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ଅନ୍ୟପଟେ ଆରପିଏନ ସିଂହ କହିଛନ୍ତି, ମୁଁ ଏହି ମାମଲାରେ ମିଡିଆ ସହ ଆଲୋଚନା କରି ପାରିବି ନାହିଁ। କଂଗ୍ରେସ ବିଧାୟକ ଏହା ମଧ୍ୟ କହିଛନ୍ତି, ଅଜଣା ବ୍ୟକ୍ତି ଟଙ୍କା ବ୍ୟତୀତ ମୋତେ ସଂଖ୍ୟାଲଘୁ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ପଦ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ସେମାନେ ବିଜେପି ପାଇଁ ଏପରି କରୁଥିବା ମଧ୍ୟ କହିଥୀଲେ। କିନ୍ତୁ ବିଜେପିର କୌଣସି କାର୍ଯ୍ୟକର୍ତ୍ତା ମୋ ସହ ଯୋଗାଯୋଗ କରିନଥିବା କଂଗ୍ରେସ ବିଧାୟକ କହିଛନ୍ତି।

କଂଗ୍ରେସ ବିଧାୟକ ନମନ ବିକ୍ସଲ କୋଙ୍ଗାରୀ ଗିରଫ ଯୁବକଙ୍କୁ ନେଇ କହିଛନ୍ତି, ମୁଁ ଏହା ସ୍ପଷ୍ଟ ଭାବେ କହି ପାରିବି ନାହିଁ ଯେ, ଗିରଫ ହୋଇଥିବା ତିନି ଜଣ ସେହି ଲୋକ ଯେଉଁମାନେ ମୋତେ ସରକାର ଭାଙ୍ଗିବାକୁ ଅଫର ଦେଇଥିଲେ। ମୋତେ ସେମାନଙ୍କର ଚେହେରା ମନେ ନାହିଁ ବୋଲି ବିଧାୟକ କହିଛନ୍ତି।

ଗିରଫ ହୋଇଥିବା ଲୋକେ କଲେ ବଡ ଖୁଲାସା

କଂଗ୍ରେସର ବେରମୋ ବିଧାୟକ କୁମାର ଜୟମଙ୍ଗଲଙ୍କ ଅଭିଯୋଗକ୍ରମେ ରାଞ୍ଚିର କୋତବାଲି ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହାର ଦୁଇ ଦିନ ପରେ ଶନିବାର ଅଭିଷେକ ଦୁବେ, ଅମିତ୍ ସିଂହ ଓ ନିବାରଣ ପ୍ରସାଦ ମହତୋଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଅନେକ ଖୁଲାସା କରିଛନ୍ତି। ଜେରା ବେଳେ କହିଛନ୍ତି ଯେ, ଷଡଯନ୍ତ୍ରରେ ଝାଡଖଣ୍ଡର ତିନି ବିଧାୟକ, ଦୁଇ ଜଣ ସାମ୍ବାଦିକ ଓ ମଧ୍ୟସ୍ଥ ସାମିଲ ଥିଲେ। ଦିଲ୍ଲୀରେ ତିନି ଜଣ ବିଧାୟକଙ୍କ ସହ ନେଣଦେଣ ନେଇ ଡିଲ୍ ହୋଇଥିଲା। ଏକ କୋଟି ଟଙ୍କା ଅଗ୍ରୀମ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।

   Related Posts