Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଗୋଆ ବିଧାନସଭାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ରବି ନାୟକଙ୍କ ଇସ୍ତଫା, ଗୃହରେ ଅଳ୍ପସଂଖ୍ୟକ ହେଲା କଂଗ୍ରେସ

7/12/2021 at 4:50 PM

ପଣାଜୀ ୭।୧୨: ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଗୋଆ କଂଗ୍ରେସକୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ବିଧାୟକ ରବି ନାୟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗତ ଅକ୍ଟୋବର ମାସରେ କଂଗ୍ରେସର ଅନ୍ୟ ଜଣେ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେଇରୋ ବିଧାନସଭାରୁ ଇସ୍ତଫା ଦେଇ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ।

ଏବେ ନାୟକଙ୍କ ଇସ୍ତଫା ସହ ୪୦ ସଦସୀୟ ବିଧାନସଭାରେ କଂଗ୍ରେସ ମାତ୍ର ୩ ଜଣ ବିଧାୟକଙ୍କ ସହ ଏକ ଖୁଦ୍ର ବିରୋଧୀ ଦଳରେ ପରିଣତ ହୋଇଛି। ପଣ୍ଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ନାୟକ ମଙ୍ଗଳବାର ବିଧାନସଭା ବାଚସ୍ପତି ରାଜେଶ ପଟନେକରଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନାୟକ ତାଙ୍କର ଇସ୍ତଫା ପ୍ରଦାନ ନିମନ୍ତେ ଦୁଇ ପୁଅଙ୍କ ସହ ବିଧାନସଭାକୁ ଆସିଥିଲେ ଯେଉଁମାନେ ଗତବର୍ଷ ବିଜେପିରେ ଯୋଗ ଦେଇଥିଲେ।

ଇସ୍ତଫା ଦେଇ ଫେରିବା ବେଳେ ଗଣମାଧ୍ୟମ ନାୟକଙ୍କୁ ଭେଟିଥିଲେ। ତେବେ ସେତାଙ୍କର ପରବର୍ତ୍ତି ପଦକ୍ଷେପ ନେଇ ଖୁବ୍ ଶୀଘ୍ର ଜଣାଇବେ ବୋଲି କହିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବିଜେପିର ଗୋଆ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବୀଶଙ୍କ ଆଗାମୀ ଗସ୍ତରେ ହୁଏତ ରବି ନାୟକ ପଦ୍ମ ଧରିପାରନ୍ତି। ନାୟକଙ୍କ ସାନ ପୁଅ ରୟ ନାୟକ ଏଥିଲାଗି ତାଙ୍କ ପିତାଙ୍କୁ ଅନୁରୋଧ କରିଥିବାର ଗଣମାଧ୍ୟମକୁ କହିଛନ୍ତି। ହେଲେ ରବି ନାୟକଙ୍କ ପରବର୍ତ୍ତି ପଦକ୍ଷେପ କଣ ହେବ ସେ ନିଜେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି।

ଗତ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ  କଂଗ୍ରେସ ୧୭ଟି ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ହେଲେ ୧୩ଟି  ଆସନ ପାଇ ବିଜେପି ନିର୍ଦ୍ଦଳୀୟଓ ଅନ୍ୟମାନଙ୍କ ସହ ମିଶି ସରକାର ଗଢ଼ିଥିଲା। ସେବେଠାରୁ ରାଜ୍ୟରେ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ଚାଲିଥିବା ବେଳେ ଏବେ ଗୃହରେ ମାତ୍ର ୩ ଜଣ  ବିଧାୟକ ଅଛନ୍ତି।

 ୨୦୧୭ ବିଧାନସଭା ନିର୍ବାଚନ ପରେ ଭାଲପୋଇ ବିଧାୟକ ବିଶ୍ୱଜିତ ରାଣେ ପ୍ରଥମେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଫଳରେ ଏହି ଆସନରେ ହୋଇଥିବା ଉପ ନିର୍ବାଚନରେ ସେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଥିଲେ। ପରେ ଶୁଭାଷ ସିରୋଦକର ଓ ଦୟାନନ୍ଦ ସୋପତେ ମଧ୍ୟ ରାଣେଙ୍କ ପଥ ଅବଲମ୍ବନ କରି କଂଗ୍ରେସରୁ ଇସ୍ତଫା ପ୍ରାଦନ ପୂର୍ବକ ୨୦୧୯ଉପ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହେବା ସହ ନିର୍ବାଚିତ ମଧ୍ୟ ହୋଇଛନ୍ତି।

ରାଜ୍ୟ କଂଗ୍ରେସକୁ ସବୁଠୁ ବଡ ଝଟକା ସେତେବେଳେ ଲାଗିଲା ଯେତେବେଳେ ବିଧାନସଭାର ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭଲେକରଙ୍କ ନେତୃତ୍ୱରେ ଏକକାଳୀନ ୧୦ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଲେ। ଚନ୍ଦ୍ରକାନ୍ତ ଏବେ ରାଜ୍ୟରେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି।

ବିଧାନସଭାରୁ ରବି ନାୟକଙ୍କ ଇସ୍ତଫା ପରେ ବିରୋଧୀ ଦଳ ନେତା ଦିଗମ୍ବର କାମତଙ୍କ ନେତୃତ୍ୱରେ କଂଗ୍ରେସର ଆଉ ମାତ୍ର ୨ ଜଣ ବିଧାୟକ ଏଲେକ୍ସୋ ରେଜିନାଲ୍ଡ ଓ ପ୍ରତାପ ସିଂ ରାଣେ ହିଁ ଗୃହରେ ବିରୋଧୀ ଦଳ ହୋଇ ଅଛନ୍ତି।   

   Related Posts