ବିଧାନସଭା ବଜେଟ୍ ଅଧିବେଶନ : ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ

Published By : Prameya-News7 Bureau | February 04, 2019 IST

ଭୁବନେଶ୍ବର ୪|୨: ରାଜ୍ୟପାଳଙ୍କ ଅଭିଭାଷଣ କେବଳ ସରକାରୀ ଦଳର ଗୁଣଗାନରେ ଭରପୁର । ବାସ୍ତବରେ ଏହା ଅନ୍ତଃସାର ଶୂନ୍ୟ । ଏହାର ପ୍ରତିବାଦ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଆଜି ବଜେଟ୍ ଅଧିବେଶନ ଆରମ୍ଭରେ ପରମ୍ପରା ଅନୁସାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ନିଜ ଅଭିଭାଷଣ ରଖିଛନ୍ତି । ଅଭିଭାଷଣରେ କାଳିଆ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇ ସରକାରଙ୍କ ସଫଳତା ବଖାଣିଛନ୍ତି ।

ଆଜିଠାରୁ ଓଡିଶା ପଞ୍ଚଦଶ ବିଧାନସଭାର ଶେଷ ତଥା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ୭ତାରିଖରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କାମଚଳା ବଜେଟ୍ ଆଗତ କରିବେ । ଆଗାମୀ ୪ମାସ ପାଇଁ ୧ଲକ୍ଷ ୧୨ହଜାର କୋଟି ଟଙ୍କାର ବଜେଟ୍ କୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିବା ଆଲୋଚନା ହେଉଛି । ଏହି ଅଧିବେଶନ ୩ଟି ଯାକ ରାଜନୈତିକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ବିଜେଡି ଏହି ଅଧିବେଶନରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବୋଲି କହିଛି । ଅପରପକ୍ଷରେ ବିଜେପି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.