୨୦୧୯ ନିର୍ବାଚନର ପୂର୍ବରୁ କଂଗ୍ରେସର ସମରସଜ୍ଜା

Published By : Prameya-News7 Bureau | August 19, 2018 IST

ଭୁବନେଶ୍ୱର ୧୯/୮ : ୧୯ ନିର୍ବାଚନର ପୂର୍ବରୁ କଂଗ୍ରେସର ସମରସଜ୍ଜା । ଆଜି କଂଗ୍ରେସ ଭବନରେ ପିସିସି ବୈଠକ ବସିବ । ବୈଠକରେ ଉପସଭାପତି, ସାଧାରଣ ସମ୍ପାଦକ, ଏକଜ୍ୟୁଟିଭ ମେମ୍ବର, ସ୍ପେଶାଲ ଇନଭାଇଟ, ଜିଲ୍ଲା ସଭାପତି, ଏବଂ କରାଯ୍ୟକାରୀ ସଭାପତି ଉପସ୍ଥିତ ରହିବେ । ଏହି ବୈଠକରେ ମୋ ବୁଥ, ମୋ ଗୌରବ ଏବଂ ପ୍ରୋଜେକ୍ଟ ଶକ୍ତି ଉପରେ ଆଲୋଚନା ହେବ । ଏହା ପରେ ଅପରାହ୍ନରେ କୋର କମିଟି ବୈଠକ ବସିବ । ଆସନ୍ତାକାଲି କଂଗ୍ରେସ ଭବନରେ ନୂଆ ପିଇସି ଟିମର ବୈଠକ ବସିବ । ବୈଠକରେ ନିର୍ବାଚନ ରଣନୀତି ଏବଂ ଟିକେଟ ବଣ୍ଟନ ନେଇ ଆଲୋଚନା ହେବ। ଏହା ସହ ପ୍ରତିବୁଥରେ କିଭଳି ଭାବେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ପିସିସି କର୍ମାକର୍ତ୍ତାକୁ ଦାୟୀତ୍ବ ବଣ୍ଟନ କରାଯିବ । ୬ମାସ ଆଗରୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦିଆଯିବା ନେଇ ଫୈସଲା ହେବ । ପିସିସି ଟିମ ଗଠନ ପରେ ଏହା ହେବ ପ୍ରଥମ ବୈଠକ । ଗତକାଲି ସଂଧ୍ୟାରେ ଜୋନାଲ ବୈଠକ ବସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.