କଂଗ୍ରେସ ସହ ବାମ ଦଳର ମେଣ୍ଟ ନେଇ ନରସିଂହ ମିଶ୍ରଙ୍କ ବାସଭବନରେ ଚୂଡାନ୍ତ ବୈଠକ

Published By : Prameya-News7 Bureau | March 02, 2019 IST

ଭୁବନେଶ୍ବର ୨|୩ : କଂଗ୍ରେସ ସହ ବାମ ଦଳର ମେଣ୍ଟ ନେଇ ଚୂଡାନ୍ତ ବୈଠକ । ସିପିଆଇ, ସିପିଏମ, ଜେଏମଏମ କେତେ ଲୋକସଭା ଓ ବିଧାନସଭା ସିଟରେ ଲଢିବେ ସେ ନେଇ ଆଲୋଚନା । ଏଥିପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବୈଠକ ଆରମ୍ଭ ହୋଇଛି । ସିପିଆଇ ୭ଟି ବିଧାନସଭା ଏବଂ ୨ଟି ଲୋକସଭାରେ ଲଢିବା ପାଇଁ ଦାବି ରଖିଥିଲା ।

ତେବେ ଛତ୍ରପର, ବୌଦ୍ଧ, ବାଲିକୁଦା -ଏରସମା ପ୍ରାୟ ଚୂଡାନ୍ତ ହୋଇଥିବା ବେଳେ ସୁନ୍ଦରଗଡ, ଜୁନାଗଡ ଓ ବ୍ରଜରାଜନଗର ସହ ଜଗତସିଂହପୁର ଲୋକସଭା ଆସନ ଉପରେ ଆଲୋଚନା ହେବ । ସେହିଭଳି ସିପିଏମ ୬ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଦାବି ରଖିଥିଲା । ଭୁନେଶ୍ବର ଲୋକସଭା ଆସନ ପ୍ରାୟ ଚୂଡାନ୍ତ ହୋଇଥଛିବା ବେଳେ ବ୍ରହ୍ମଗିରି, ନୀଳଗିରି, ରେମୁଣା, ବଣଆଇ, ମାଲକାନାଗିରି ଓ ରଣପୁର ଆସନ ଉପରେ ଆଲୋଚନା ହେବ ।

ଜେଏମଏମର ମୟୂରଭଞ୍ଜ  ଲୋକସଭା ଆସନ ସ୍ଥିର ହୋଇଥିବା ବେଳେ ବଡସାହି, ଉଦଳା, ସୁନ୍ଦଗଡ ବିଧାନସଭା ଆସନ ଉପରେ ଆଲୋଚନା ହେବ । ସହ କିଛି ବିଧାନସଭା ଆସନରେ ଲଢିବା ପାଇଁ ଦାବି ରଖିଛି । ଆଜି କଂଗ୍ରେସ ଭବନରେ ବସିବାକୁ ଥିବା ବୈଠକରେ ଆସନ ଭାଗବଣ୍ଟା ନେଇ ନିଷ୍ପତ୍ତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.