କଂଗ୍ରେସ କସରତ : ଅଳ୍ପ ଭୋଟରେ ହାରିଥିବା ନେତାଙ୍କ ସହ ଆଲୋଚନା

Published By : Prameya-News7 Bureau | August 21, 2018 IST

ଭୁବନେଶ୍ୱର ୨୧/୮ : ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ମାରାଥନ ବୈଠକ ଜାରି ରହିଛି | ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ଆଜି ଅଳ୍ପ ଭୋଟରେ ପରାଜିତ ହୋଇଥିବା ପ୍ରାର୍ଥୀଙ୍କ ସହ ଦଳ ପ୍ରଭାରୀ, ପିସିସି ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଆଲୋଚନା କରିଛନ୍ତି | ଗତ ନିର୍ବାଚନ ବେଳେ କଣ ପରିସ୍ଥିତି ଥିଲା ଯାହା ଫଳରେ ପ୍ରାର୍ଥୀମାନେ ହାରିଯାଇଥିଲେ ତାର କାରଣ ଖୋଜାଯାଉଛି | କେବଳ ସେତିକି ନୁହେଁ, ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି କଣ ରହିଛି ସେ ନେଇ ସମୀକ୍ଷା ମଧ୍ୟ କରାଯାଉଛି | ବିଶେଷ କରି ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ସ୍ଥିର କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ଅଭିଯାନ ଆରମ୍ଭ କରିଛି | ଗତକାଲି ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟି ପ୍ରାର୍ଥୀ ଚୟନ ପାଇଁ ମାନଦଣ୍ଡ ନିର୍ଧାରଣ କରିଥିଲା | ପ୍ରାର୍ଥୀ ଚୟନ ପାଇଁ ମୁଖ୍ୟ ମାନଦଣ୍ଡ ଜିତିବାର ସମ୍ଭାବନା ରଖାଯାଇଛି | ସେହିଭଳି ଲଗାତାର ଭାବେ ଅମାନତା ହରାଇଥିବା ନେତାଙ୍କୁ ୮ ଆଉ ପ୍ରାର୍ଥୀ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି | ସବୁଠୁ ବଡ କଥା ହେଲା ଟିକେଟ ହେରଫେର ଏଡ଼ାଇବା ପାଇଁ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ନିଆଯାଇଛି | ଗତ ନିର୍ବାଚନ ବେଳେ ୧୦୦ ରୁ ୧୫୦୦୦ ହଜାର ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀମାନଙ୍କ ସହ ଆଜି ଆଲୋଚନା ପରେ କଂଗ୍ରେସକୁ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ମିଳିଥିବା ଦଳର ବରିଷ୍ଠ କର୍ମକର୍ତ୍ତା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.