ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ: କହିଲେ ଇସ୍ତଫା ଯଥେଷ୍ଟ ନୁହଁ

Published By : Prameya-News7 Bureau | January 06, 2019 IST

ଭୁବନେଶ୍ୱର ୬/୧ : ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ | ସେ କହିଛନ୍ତି ଯେ, ପ୍ରଦୀପ ପହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହଁ | ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଖୁଲାସା କରିଥିଲା, ସାମ୍ବାଦିକ ସମ୍ମିଳନୀରେ ଯେଉଁ ତଥ୍ୟ ପ୍ରମାଣ ଦେଇଥିଲା ତାହା ଦର୍ଶାଉଛି ଯେ, କିଭଳି ଭାବେ କ୍ରାଇମବ୍ରାଞ୍ଚ ତଦନ୍ତରେ ବିଜେଡି ଦଳର କର୍ମୀଙ୍କୁ ସୁରକ୍ଯାଷା ଦିଆଯାଇଥିଲା |ଏହି ମାମଲାରେ ବିଜେଡି କର୍ମୀଙ୍କୁ ହିଁ ସାକ୍ଷୀ ଭାବେ ନିଆଯାଇଥିଲା | ସରକାରୀ ଓକିଲ ଜାଣିଶୁଣି ସାକ୍ଷୀଙ୍କୁ ପାଲଟା ପ୍ରଶ୍ନ କରିନଥିବା କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ ଅଭିଯୋଗ କରିଛନ୍ତି | ତେବେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଆଉଥରେ ହେବା ଦରକାର ବୋଲି କହିଛନ୍ତି ସତ୍ୟ ନାୟକ |

କଂଗ୍ରେସ ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ପ୍ରମାଣ ଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖସି ଯିବାପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସତ୍ୟ ନାୟକ | ତେବେ ଏହି ପ୍ରସଙ୍ଗରେ ଖସି ଯିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ରାସ୍ତା ନଥିବା ସେ ଯୁକ୍ତି କରିଛନ୍ତି | ସିଆରପିସି ଧାରା ୧୭୩ (ସି-୮) ଅନୁସାରେ ମାମଲାର ସାନି ତଦନ୍ତ ଦାବି କରିଛି କଂଗ୍ରେସ | ମାମଲା ହାଇକୋର୍ଟକୁ ଗଲେ ପୁରା ଘଟଣା ସଫା ହୋଇଯିବ ବୋଲି କହିଛନ୍ତି | ପୁରା ଘଟଣାକୁ ଫିକ୍ସିଂ କରାଯାଇଛି ବୋଲି ସତ୍ୟ କହିଛନ୍ତି |

wp:core-embed/youtube {"url":"https://www.youtube.com/watch?v=bktGqLzuMoI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=bktGqLzuMoI
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.