Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କିଏ ଧରିବ କଂଗ୍ରେସ ମଙ୍ଗ : ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଲାଗି ବସିବ ସିଡବ୍ଲୁସି ବୈଠକ, ଗାନ୍ଧୀ ପରିବାର ସଦସ୍ୟ ନା ଆଉ କିଏ ସମ୍ଭାଳିବ ଦାୟିତ୍ବ

10/08/2019 at 9:16 AM

ନୂଆଦିଲ୍ଲୀ ୧୦|୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳ ଏବେବି ଅପେକ୍ଷା କରିଛି ନୂଆ ମୁଖିଆଙ୍କୁ । କଂଗ୍ରେସର ନୂଆ ଅଧ୍ୟକ୍ଷ ତାଲିକାରେ ରହିଛି ମୁକୁଲ ୱାସନିକ୍, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗେହଲଟ, ସୁଶୀଲ କୁମାର ସିନ୍ଧେଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ । ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ମୁକୁଲ ୱାସନିକ୍ ଏନଏସୟୁଆଇ ଏବଂ ଯୁବ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଆସିଛନ୍ତି । ସେ ୪ ଥର ସାଂସଦ ରହିଥିବା ବେଳେ ସବୁଠାରୁ କମ୍ ବୟସରେ ସାଂସଦ ହୋଇଥିଲେ ।

ସେହିପରି କଂଗ୍ରେସର ପୂର୍ବତନ ଲୋକସଭା ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଧେ ଦଳର ବରିଷ୍ଠ ନେତା ନେତା ଏବଂ ଅନେକ ପଦ ପଦବୀରେ ଦାୟିତ୍ବ ତୁଲାଇଛନ୍ତି । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜକୁ ଦାୟୀ କରି ପଦରୁ ଇସ୍ତଫା ଦେଇଥିଲେ ।

ତେଣୁ ୧୨୫ବର୍ଷ ପୁରୁଣା ଦଳର ମଙ୍ଗ କିଏ ଧରିବେ, କାହା ହାତରେ ଦଳ ଆଗକୁ ନୂଆ ରୂପ ପାଇବ, ସେନେଇ ଆଜି ସିଡବ୍ଲୁସି ବୈଠକରେ ବ୍ୟାପକ ବିଚାର ବିମର୍ଶ ହେବ । ବୈଠକର ଗୋଟିଏ ଦିନ ଆଗରୁ ଦଳର ବରିଷ୍ଠ ନେତା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ନେତୃତ୍ବ ସଂକଟରେ ଘାରି ହେଉଛି । ଧାରା ୩୭୦ଧାରା ହଟିବା ପ୍ରସଙ୍ଗରେ ଦଳର ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଅନେକ ନେତା ଦଳ ଛାଡୁଛନ୍ତି । ଏଣେ ରାହୁଲଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପଦକୁ ନେଇ ଅନେକ ଥର ବଠକ ବସିଛି କିନ୍ତୁ କୌଣସି ନିଷ୍କର୍ଷ ବାହାରିପାରିନି କି ସହମତି ପ୍ରକାଶ ପାଇନି । ଏଣେ ଅଧ୍ୟକ୍ଷ ପଦ ଯେତେ ଶୀଘ୍ର ପୂରଣ ହେବା ଆବଶ୍ୟକ ବୋଲି ଦଳରେ ମତ ପ୍ରକାଶ ପାଇଛି । ଦଳର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଉଛନ୍ତି ।

ତେବେ ଗାନ୍ଧୀ ପରିବାର ସଦସ୍ୟ ନା ଆଉ କିଏ ଅଧ୍ୟକ୍ଷ ଆସନ ସମ୍ଭାଳିବ ତାହା ସ୍ପଷ୍ଟ ହୋଇନି । ଯଦି ଆଉ କିଏ ହୁଅନ୍ତି ତେବେ ୨ ଦଶନ୍ଧି ପରେ ଗାନ୍ଧୀ ପରିବାର ବାହାରୁ କେହି ନେତା କଂଗ୍ରେସ ଅଧ୍ୟକ୍ଷ ହୋଇ ପାରନ୍ତି । ତେବେ ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଦଳକୁ ସଜାଡିବା ବଡ ଚ୍ୟାଲେଞ୍ଜ ହେବ ।

   Related Posts