ପରିବର୍ତ୍ତନ ହୋଇପାରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, ଆଶଙ୍କାରେ ପ୍ରାର୍ଥୀ

Published By : Prameya-News7 Bureau | March 21, 2019 IST

ଭୁବନେଶ୍ବର ୨୧|୩ : ପରିବର୍ତ୍ତନ ହୋଇପାରେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଘୋଷଣା ପରେ ବାଲିଗୁଡା, କବିସୂର୍ଯ୍ୟନଗର  ଏବଂ ଭଞ୍ଜନଗର ପ୍ରାର୍ଥୀଙ୍କୁ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଆସନ୍ତାକାଲି ସଧ୍ୟାରେ ସିଇସି ବୈଠକ ବସିବ। ପ୍ରାର୍ଥୀ ତାଲିକା ଘୋଷଣା ନେଇ ଚୂଡାନ୍ତ ନିଷ୍ପତି ନିଆଯିବ। ତା ପୂର୍ବରୁ ପିସିସି ସଭାପତିଙ୍କ ଘରେ ଲାଗିଥିଲା ଭିଡ।

ଏପଟେ ବାଲିଗୁଡାରେ କ୍ଲେଶ ପ୍ରଧାନ ୨୦୧୪ ନିର୍ବାଚନରେ ୨୦୫୦ଖଣ୍ଡ ଭୋଟ୍‌ରେ ହାରିଥିବାବେଳେ  ତାଙ୍କୁ  ଟିକେଟ ନଦେଇ ସିପନ ମଲ୍ଲିକଙ୍କ ଦଳ ଟିକେଟ୍ ଦେଇଛି । ସେ ଆଜି ପିସିସି ସଭାପତିଙ୍କୁ ଦେଖା କରିଛନ୍ତି।  ସେହିପରି କବିସୂର୍ଯ୍ୟନଗର  ନିର୍ବାଚନମଣ୍ତଳୀ​ରେ ବାହାର ଲୋକଙ୍କୁ ଟିକେଟ ଦିଆଯାଇଛି। ଭଞ୍ଜନଗରରେ ବି ପ୍ରଶାନ୍ତ ବିଶୋଇଙ୍କୁ ଟିକେଟ ନଦେଇ ସଞ୍ଜୟ ତ୍ରିପାଠୀଙ୍କୁ  ଟିକେଟ ଦିଆଯାଇଛି। ଯାହାକୁ ନେଇ କଂଗ୍ରେସ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଏମାନେ ଏଆଇସିସି ଚିଠି ଲେଖିଛନ୍ତି।

ଏସବୁ ବିଧାନସଭାରେ ଟିକେଟ ପରିବର୍ତ୍ତନ ନେଇ ଏଆଇସିସି ଯାହା ନିଷ୍ପତି ନେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.