କୃଷି ବିଲ୍ ବିରୋଧରେ କଂଗ୍ରେସର ‘ଜନ-ଆନ୍ଦୋଳନ’, ଦୁଇ ମାସ ଦେଶବ୍ୟାପି ଜାରି ରହିବ

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ ୨୪/୦୯: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସ ନୂଆ ଅଭିଯାନ ଆରମ୍ଭ କରିଛି। ଏହାକୁ ନେଇ ଦେଶବ୍ୟାପି ଦୁଇ ମାସ ‘ଜନ-ଆନ୍ଦୋଳନ’ ଜାରି ରଖିବ। ଏହା ବିରୋଧରେ ଗୃହରେ ଖୁବ୍ ହଙ୍ଗାମା ମଧ୍ୟ ହୋଇଛି। ଏପରିକି ସଭାପତି ଭେଙ୍କେୟା ନାଇଡୁ ବିରୋଧୀଙ୍କ ହଙ୍ଗାମା ଯୋଗୁ ଆଠ ଜଣ ସାଂସଦଙ୍କୁ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରିଥିଲେ। ଏହା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବାର ଫଇସଲା ନେଇଛି।

କୃଷି ବିଧେୟକ  ପ୍ରସଙ୍ଗକୁ ନେଇ ଗତ ସୋମବାର ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ବୈଠକ ବସିଥିଲା। ଏହି ବୈଠକରେ ହିଁ ନିଷ୍ପତି ହେଲା ସଂସଦ ପରେ ରାସ୍ତାରେ ଆନ୍ଦୋଳନ କରାଯିବ। କଂଗ୍ରେସ ଦାବି କରିଛି ଯେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ବିଲ ପ୍ରତ୍ୟାହାର କରାଯାଉ।

ଏହା ସହ ଦୁଇ ମାସ ଜନଆନ୍ଦୋଳନ ଜରିଆରେ କଂଗ୍ରେସ ହରାଇଥିବା ରାଜନୈତିକ ଭୂମି ଫେରି ପାଇବାକୁ ଚାହୁଁଛି। ଏହା ପୂର୍ବରୁ ଅର୍ଥାତ୍ ୨୦୧୫ରେ ସୋନିଆ ଗାନ୍ଧି ମୋଦି ସରକାରଙ୍କ ଭୂମି ଅଧିଗ୍ରହଣ ବିଲ ବିରୋଧରେ ୧୪ଟି ବିରୋଧୀ ଦଳଙ୍କ ସହ ଛିଡ଼ା ହୋଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରିସ୍ଥିତି ଏପରି ହେଲା ଯେ ସରକାରଙ୍କୁ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.