ଆଜି କଂଗ୍ରେସ ପକ୍ଷରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯିବ

Published By : Prameya-News7 Bureau | May 23, 2018 IST

ଆଜି କଂଗ୍ରେସ ପକ୍ଷରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯିବ । ସମ୍ବଲପୁର କଚେରୀ ଛକରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ନେତୃତ୍ବରେ ଏକ ସାଧାରଣ ସଭା ଆୟୋଜନ କରାଯିବ । ଛତିଶଗଡ ସରକାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବ କଂଗ୍ରେସ । ଏହି ସାଧାରଣ ସଭାରେ, ସମ୍ବଲପୁର ସମେତ,ବଲାଙ୍ଗିର,ସୁବର୍ଣ୍ଣପୁର, ସୁନ୍ଦରଗଡ,ଝାରସୁଗୁଡା ଓ ବରଗଡ ଜିଲ୍ଲାର କଂଗ୍ରେସକର୍ମୀ,ନେତା,ଚାଷୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ସାଧାରାଣ ସଭା ପୂର୍ବରୁ, କଂଗ୍ରେସ ପକ୍ଷରୁ ଶକ୍ତିପ୍ରଦର୍ଶନ ସ୍ବରୁପ, ସହରର ତିନିଟି ସ୍ଥାନରୁ ବିଶାଳ ଶୋଭାଯାତ୍ରା ବାହାରି, ସଭାସ୍ଥଳରେ ପହଞ୍ଚିବ । ସାଧାରଣ ସଭା ପରେ ମହାନଦୀ ଜଳକୁ ହାତରେ ଧରି ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ କଂଗ୍ରେସ ନେତାମାନେ ନେଇ ଶପଥ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.