ରାଜସ୍ଥାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ବିଜେପିର ବାଜିମାତ

Published By : Prameya-News7 Bureau | December 09, 2020 IST

ଜୟପୁର ୯।୧୨: ରାଜସ୍ଥାନର ୨୧ ଜିଲ୍ଲାରେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବାଜିମାତ କରିଛି। ୪ ହଜାର ୩୭୧ ପଞ୍ଚାୟତ ସମିତି ସଦସ୍ୟ ନିର୍ବାଚନରେ ବିଜେପିର ୧ହଜାର ୮୩୬ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସର ୧ହଜାର ୭୧୮ ପ୍ରାର୍ଥୀ ଜିତିଛନ୍ତି। ଫଳରେ ରାଜସ୍ଥାନ ପଞ୍ଚାୟତରେ ଗତ ୧୦ ବର୍ଷ ହେଲା କଂଗ୍ରେସର ଥିବା ପ୍ରଭାବ ମଧ୍ୟ ସମାପ୍ତ ହୋଇଯାଇଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ୪୨୨ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି (ଆରଏଲପି)ର ୫୬ ପ୍ରାର୍ଥୀ, ସିପିଆଇଏମର ୧୬ ଓ ବସପାର ୩ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।  ପଞ୍ଚାୟତ ସମେତ ରାଜ୍ୟରେ ୬୩୬ ଜିଲ୍ଲା ପରିଷଦ ଆସନ ଲାଗି ମଧ୍ୟ ନିର୍ବାଚନ ହୋଇଛି। ଏଥିରୁ ଏପର୍ଯ୍ୟନ୍ତ ୫୯୮ ଆସନର ଫଳାଫଳ ମିଳିସାରିଥିବା ବେଳେ ଏଥିରୁ ବିଜେପିକୁ ୩୨୩, କଂଗ୍ରେସକୁ ୨୪୬,  ଆରଏଲପିକୁ ୧୦, ସ୍ୱାଧୀନ ୧୭ ଓ ସିପିଆଇଏମକୁ ୨ଟି ଆସନ ମିଳିଛି। ଏଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରାଜ୍ୟରେ କଂଗ୍ରେସ ଲାଗି ଝଟକା ସାବ୍ୟସ୍ତ ହୋଇଛି।

ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଚ୍ଚିନ ପାୟଲଟ, ଗୋବିନ୍ଦ ଡୋଟାସାର, ରଘୁ ଶର୍ମା, ଉଦୟଲାଲ ଆଞ୍ଜନା ଓ ଅଶୋକ ଚାନ୍ଦନାଙ୍କ ଭଳି ପ୍ରଭାବଶାଳୀ କଂଗ୍ରେସ ନେତାଙ୍କ ଗଡରେ କଂଗ୍ରେସକୁ ହାର ଦେଖିବାକୁ ପଡିଛି। ନିର୍ବାଚନ ଫଳଫଳ ଆସିବା ପରେ କଂଗ୍ରେସରେ ନିରାଶା ଛାଇଯାଇଥିବା ବେଳେ ବିଜେପି କ୍ୟାମ୍ପରେ ଉତ୍ସାହ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.