ନିଜ ମନ୍ତ୍ରୀଙ୍କ ଉପରେ ଭଡକିଲେ କଂଗ୍ରେସ ନେତା, ରାହୁଲଙ୍କ ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି ସରକାର: ସୋନିଆକୁ ଲେଖିଲେ ଚିଠି

Published By : Prameya-News7 Bureau | January 19, 2022 IST

ମହାରାଷ୍ଟ୍ର ୧୯/୦୧: ମୁମ୍ବାଇର ଅଖିଳ ଭାରତୀୟ କଂଗ୍ରେସ କମିଟି ନେତା ବିଶ୍ୱବନ୍ଧୁ ରାୟ ମଙ୍ଗଳବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ କହିଛନ୍ତି ଯେ ମହା ବିକାଶ ଅଘାଡି (MVA) ସରକାରରେ ୧୨ ଜଣ କଂଗ୍ରେସ ମନ୍ତ୍ରୀ ଦଳର ପ୍ରକୃତ ସ୍ୱାର୍ଥରେ କାମ କରୁନାହାଁନ୍ତି । ମାନିଫେଷ୍ଟୋରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସେମାନେ କୌଣସି ବଡ ପଦକ୍ଷେପ ନେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ଚିଠିରେ କଂଗ୍ରେସ ନେତା କହିଛନ୍ତି, ମହା ବିକାଶ ଅଘାଡି ସରକାରରେ କଂଗ୍ରେସ କୋଟାରୁ ୧୨ ଜଣ ମନ୍ତ୍ରୀ ଅଛନ୍ତି । କିନ୍ତୁ ଏହି ୧୨ ଜଣ ମନ୍ତ୍ରୀ ରାଜ୍ୟରେ ଦଳର ଭିତ୍ତିଭୂମିକୁ ଦୃଢ କରିବା ପାଇଁ କିଛି କରିନାହାଁନ୍ତି । ସମସ୍ତେ ସେମାନଙ୍କର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି । ହୁଁ
ରାହୁଲ ଗାନ୍ଧୀ ମୁମ୍ବାଇବାସୀଙ୍କୁ ଦେଇଥିଲେ ପ୍ରତିଶୃତି
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ SRA ଯୋଜନା ଅନୁଯାୟୀ ୨୦୧୯ରେ ମୁମ୍ବାଇବାସୀଙ୍କୁ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ଘର ଦେବାକୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କଂଗ୍ରେସ ମନ୍ତ୍ରୀମାନେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ମୁମ୍ବାଇରେ ୫୦୦ବର୍ଗଫୁଟ ପର୍ଯ୍ୟନ୍ତ ଘର ଉପରେ ଟିକସ ଛାଡ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ଶ୍ରେୟ ନେଇଛନ୍ତି । କଂଗ୍ରେସ ଦଳର ମାନିଫେଷ୍ଟୋକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ।
ଏନସିପି କରୁଛି କଂଗ୍ରେସ ନେତାଙ୍କ ଶିକାର
ସେ ଅଭିଯୋଗ କରିଛନ୍ତି ଯେ ଏନସିପି ୧୮ ଜଣ କଂଗ୍ରେସ କାଉନସିଲରଙ୍କୁ ଶିକାର କରି ସେମାନଙ୍କୁ ନିଜ ଦଳରେ ଯୋଗ ଦେଇଛି । ସେ ଏନସିପି ଏବଂ ଶିବସେନାରେ ଯୋଗଦେବାକୁ ଅନେକ କଂଗ୍ରେସ ଦଳର ଅଧିକାରୀଙ୍କୁ ପ୍ରସ୍ତୁତ କରିଛନ୍ତି । ରାୟ ଏହା ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ରାହୁଲ ଗାନ୍ଧୀଙ୍କ ସମାବେଶକୁ ରାଜ୍ୟରେ ଅନୁମତି ଦେଇ ନାହାଁନ୍ତି ।
କଂଗ୍ରେସ ସଭାପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ
ରାୟ କହିଛନ୍ତି, "ମୁମ୍ବାଇ କଂଗ୍ରେସ ୟୁନିଟର ସଭାପତି ଆଗାମୀ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ଶିବସେନା ସହ ମେଣ୍ଟ କରିବାକୁ ଆଶା କରୁଛନ୍ତି । ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେହି ବି ପ୍ରସ୍ତୁତି ନାହାଁନ୍ତି । ଶିବସେନା ସହ ମୁମ୍ବାଇ କଂଗ୍ରେସ ସଭାପତିଙ୍କର କିଛି ସହଭାଗୀତା ଥିବା ଜଣାପଡିଛି ।

ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଦ୍ୟୁତ୍ ବିଲ୍ ଛାଡିବାକୁ କଂଗ୍ରେସ ଦଳ ପ୍ରତିଶୃତି ଦେଇଛି । ବିଦ୍ୟୁତ୍ ମନ୍ତ୍ରଣାଳୟ କଂଗ୍ରେସ ସହ ରହିବା ପରେ ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ବିଲ୍ ଛାଡ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.