କଟକ ପୁରୀଘାଟ ଥାନାରେ କଂଗ୍ରେସ୍ କର୍ମୀଙ୍କ ଭଙ୍ଗାରୁଜା
11/09/2018 at 4:38 PM

କଟକ ୧୧/୯: କଟକ ବ୍ଲକ୍ ସଭାପତିଙ୍କ ଅଟକ ପ୍ରତିବାଦରେ ପୁରୀଘାଟ ଥାନାରେ ଭଙ୍ଗାରୁଜା ହୋଇଛି। ପୁରୀଘାଟ ଥାନାରେ କଂଗ୍ରେସ୍ କର୍ମୀମାନେ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଗତକାଲି କଂଗ୍ରେସ୍ ବନ୍ଦ ପାଳନ ବେଳେ ବ୍ଲକ୍ ସଭାପତି ବିଜୟ କୁମାର ବାରିକଙ୍କୁ ପୋଲିସ୍ ଅଟକ ରଖିଥିଲା। ଆଜି ପୋଲିସ୍ ତାଙ୍କୁ ପଚରାଉଚୁରା ପାଇଁ ଡାକିଥିଲା। ଏତିକିବେଳେ କଂଗ୍ରେସ୍ କର୍ମୀ ଏହାକୁ ବିରୋଧ କରି ଥାନାରେ ଭଙ୍ଗାରୁଜା କରିଛନ୍ତି ଏବଂ ରାସ୍ତାରୋକ କରିଛନ୍ତି।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021