କଂଗ୍ରେସ ନେତା ଉଦିତ୍ ରାଜଙ୍କ ବିବାଦୀୟ ଟିପ୍ପଣୀ, କହିଲେ- ଅନୁଷ୍କାଙ୍କୁ ନିଜ କୁକୁର ବିରାଟ କୋହଲିଙ୍କୁ ସମ୍ଭାଳିବାର ଆବଶ୍ୟକତା ନାହିଁ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫।୧୧: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଉଦିତ୍ ରାଜ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକଙ୍କୁ ନେଇ ବଡ ବିବାଦୀୟ ଟିପ୍ପଣୀ କରିଛନ୍ତି। ଉଦିତ୍ ରାଜ ବିରାଟ କୋହଲିଙ୍କୁ ଅନୁଷ୍କା ଶର୍ମାଙ୍କ କୁକୁର ବୋଲି କହିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ନେତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି।

ଉଦିତ୍ ରାଜ ଟ୍ଵିଟ୍ କରି ଲେଖିଛନ୍ତି, ଅନୁଷ୍କାଙ୍କୁ ନିଜର କୁକୁର ବିରାଟ କୋହଲିଙ୍କୁ ସମ୍ଭାଳିବାର ଆବଶ୍ୟକତା ନାହିଁ। କୁକୁରଠୁ ଅଧିକ ବିଶ୍ଵସ୍ତ ଆଉ କେହି ନୁହନ୍ତି। କୋହଲି ତୁମେ ଲୁଚେ, ଲଫଙ୍ଗା ଏବଂ ମୂର୍ଖଙ୍କୁ ଉଚିତ୍ ଶିକ୍ଷା ଦେଇଥିଲ ଯେ, ପ୍ରଦୂଷଣ ଦ୍ଵାରା ମାନବତା ବିପଦରେ ରହିଛି। ତୁମ ଲୋକଙ୍କ ଡିଏନଏ ପରୀକ୍ଷା କରାଇବାକୁ ପଡିବ ଯେ ତୁମେ ଏଠାକାର ମୂଳ ନିବାସୀ କି ନୁହେଁ ?

wp:html /wp:html

ଉଲ୍ଲେଖନୀୟ ବିରାଟ କୋହଲି ଏକ ଭିଡିଓ ଟ୍ଵିଟ୍ କରି ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ। ଏଥିସହ ସେ ଦେଶବାସୀଙ୍କୁ ବଢୁଥିବା ପ୍ରଦୂଷଣ ରୋକିବା ପାଇଁ ବାଣ ନଫୁଟାଇବାକୁ ଅପିଲ୍ କରିଥିଲେ। ହେଲେ ଏହାର ବୀପରିତ ଦିଲ୍ଲୀ ସମେତ ପୂରା ଦେଶରେ ବାଣ ଫୁଟାଗଲା। ଫଳରେ ଦିଲ୍ଲୀର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ମାନଙ୍କ ୯୯୯ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

ଅନ୍ୟପଟେ ବିରାଟଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କୁ ଟ୍ଵିଟ୍‌ରରେ #अनुष्का_अपना_कुत्ता_संभाल ନାମରେ ଟ୍ରୋଲ କରାଯାଇଥିଲା। ଯାହା ଉପରେ ପ୍ରତିକ୍ରିୟା ଦେଇ ଉଦିତ୍ ରାଜ ବିରାଟଙ୍କୁ ଅନୁଷ୍କା କହି ଦେଇଥିଲେ। କିନ୍ତୁ ଉଦିତ୍ ରାଜ ନିଜର ଟ୍ଵିଟ୍‌ ଜରିଆରେ ବିରାଟଙ୍କୁ ସମର୍ଥନ କରିଥିଲେ, ହେଲେ ଟ୍ଵିଟ୍‌ରେ ବ୍ୟବହାର ଭାଷାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.