Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିହାରରେ ଓୱେସୀଙ୍କ ଏଣ୍ଟ୍ରିକୁ ଅଶୁଭ ସଂକେତ ବୋଲି କହିଲେ କଂଗ୍ରେସ ନେତା: ମହାମେଣ୍ଟରେ AIMIM କୁ ସାମିଲ କରିବା ଭୁଲ

12/11/2020 at 2:10 PM

ପାଟନା ୧୨/୧୧ : ବିହାର ବିଧାନସଭା ନିର୍ବାଚନରେ ବହୁମତରୁ ୧୨ ଆସନ ଦୂରରେ ଥିବା ମହାମେଣ୍ଟ ଏବେ ବି ସରକାର ଗଢିବା ଆଶା ଛାଡ଼ିନାହିଁ। ମହାମେଣ୍ଟ ନିଜର ପୁରୁଣା ସହଯୋଗୀ ଜିତନ ରାମ ମାଂଝୀଙ୍କ ହମ ଓ ମୁକେଶ ସାହାଣୀଙ୍କ ଭିଆଇପି (HAM and VIP) ଉପରେ ନଜର ରଖିଛି। ଓୱେସୀଙ୍କ AIMIM ଦଳ ମଧ୍ୟ ତାଙ୍କୁ ସମର୍ଥନ କରିବ ବୋଲି ମହାମେଣ୍ଟ ଆଶା କରୁଛି। ଇତି ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତାରିକ ଅନୱରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ AIMIM ର ଏଣ୍ଟ୍ରି ଅଶୁଭ ସଂକେତ। ମହାମେଣ୍ଟକୁ ଏଆଇଏମଆଇଏମର ସମର୍ଥନ ନେବା ଉଚିତ ନଥିଲା ବୋଲି ସେ କହିଛନ୍ତି।

ତାରିକ ଅନୱର ଏ ସମ୍ବନ୍ଧରେ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, ‘ସତ ଆମକୁ ସ୍ୱୀକାର କରିବାକୁ ହେବ। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ମହାମେଣ୍ଟ ପରାଜିତ ହେଲା। କଂଗ୍ରେସ ଏ ସମ୍ପର୍କରେ ଆତ୍ମଚିନ୍ତନ କରିବା ଉଚିତ ଯେ କେଉଁଠାରେ ତାର ଭୁଲ ରହିଲା। ବିହାରରେ ଏଆଇଏମଆଇଏମର ଏଣ୍ଟ୍ରି ଶୁଭ ସଂକେତ ନୁହେଁ।’

ତାରିକ ଅନୱର ଆହୁରି କହିଛନ୍ତି ଯେ, କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ମହାମେଣ୍ଟ ସରକାର ଗଠନ ହୋଇପାରିଲାନି। ସେ ଏକ ଚିଠି ମଧ୍ୟ ଟ୍ୱିଟ କରିଛନ୍ତି। ଚିଠିରେ ଲେଖା ହୋଇଛି, ବିହାର ନିର୍ବାଚନ : ବିଜେପି ନିର୍ବାଚନ ଜିତିଛି ସତ କିନ୍ତୁ ଯଦି ଦେଖାଯାଏ ତାହେଲେ ବିହାର ନିର୍ବାଚନ ହାରିଯାଇଛି। କାରଣ ଏଥର ବିହାର ପରିବର୍ତ୍ତନ ଚାହୁଁଥିଲା। ୧୫ ବର୍ଷର ନିକମମ ସରକାର ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲା।

ବିହାରରେ କଂଗ୍ରେସର ପ୍ରାର୍ଥୀ ଚୟନ ହିଁ ପରାଜୟର ସବୁଠାରୁ ବଡ କାରଣ ବୋଲି ସେ କହିଛନ୍ତି। ନିର୍ବାଚନ ପ୍ରଚାରରେ ମଧ୍ୟ ଭୁଲ ରହିଥିଲା ବୋଲି ସେ କହିଛନ୍ତି। ସେଥିପାଇଁ ଦଳରେ ବର୍ତ୍ତମାନ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏ ସମ୍ବନ୍ଧରେ ସେ ହାଇକମାଣ୍ଡଙ୍କ ସହ କଥା ହେବେ ବୋଲି କହିଛନ୍ତି।

ବିହାରରେ କଂଗ୍ରେସକୁ ୭୦ଟି ଆସନ ମିଳିଛି। କିନ୍ତୁ ଦଳ ଗତଥର ଠାରୁ ମଧ୍ୟ ଖରାପ ପ୍ରଦର୍ଶନ କରିଛି ଏବଂ ଏହା ଅତ୍ୟନ୍ତ ନିରାଶଜନକ ବୋଲି ସେ କହିଛନ୍ତି। ଆଉ ଏକ ଟ୍ୱିଟରେ ସେ ଲାହିଛନ୍ତି, ଯଦି ବିଜେପି କୃତଜ୍ଞ ହେବ ତାହେଲେ ନୀତିଶ କୁମାର ଏଥର ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

   Related Posts