ବୈଜୟନ୍ତ ଭୁଲ୍ କହିଛନ୍ତି କ୍ଷମା ମାଗନ୍ତୁ… ଯଦି ଏତେ ଭଲ ପାଉଛନ୍ତି, ପାକିସ୍ତାନ ପଳେଇଯାଆନ୍ତୁ

Published By : Prameya-News7 Bureau | October 19, 2020 IST

ଭୁବନେଶ୍ବର ୧୯।୧୦: କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଟ୍ବିଟ୍ କୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ‘ଓଡ଼ିଶାରେ ପାକିସ୍ତାନ ଭଳି ଶାସନ ଚାଲିଛି’ ବୋଲି ବୈଜୟନ୍ତ ଟ୍ବିଟ୍ କହି କହିଥିଲେ । ତେବେ ବୈଜୟନ୍ତଙ୍କ ଟ୍ବିଟ୍ କୁ ନେଇ କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମହାନ୍ ଭାରତବର୍ଷ ଆମର । ତ୍ରିରଙ୍ଗା ଆମର ସମ୍ମାନ । ମହାନ୍ ଓଡିଶା ଆମର । ଯାହାର ମର୍ଯ୍ୟଦା ପାଇକ ବୀରମାନେ ଉଚ୍ଚରେ ରଖିଛନ୍ତି । ଓଡିଶାକୁ ପାକିସ୍ତାନ ସହ ତୁଳନା କରିବା ଠିକ୍ ହୋଇନାହିଁ ବୋଲି ସୁର କହିଛନ୍ତି ।

wp:html /wp:html

ବୈଜୟନ୍ତ ଏଭଳି କହିବା ସମ୍ପୂର୍ଣ୍ଣ ଭୁଲ୍ । ଯଦି ଏହାକୁ ନେଇ କ୍ଷମା ମାଗିବେ ତେବେ ଭଲ ହୁଅନ୍ତା ବୋଲି ସୁର କହିଛନ୍ତି । ବୈଜୟନ୍ତ ଜଣେ ଜ୍ଞାନୀ ଲୋକ । ସେ ରାଗିକି ଏଭଳି କହିଦେଇଛନ୍ତି । ଏହାକୁ ନେଇ ଏତେ ବାଦ ବିବାଦ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଯଦି ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ତେବେ ଯାଆନ୍ତୁ ପାକିସ୍ତାନରେ ରହିବେ । ମହାନ୍ ଉତ୍କଳ ଆମର, ମହାନ୍ ଭାରତ ଆମର । ଏ ପବିତ୍ର ମାଟି ପ୍ରଭୁ ଜଗନ୍ନାଥଙ୍କ ମାଟି । ଯଦି ରହିବା କଥା ଏଠାରେ ରୁହନ୍ତୁ ନହେଲେ ପାକିସ୍ତାନ ପଳାନ୍ତୁ ବୋଲି ସୁର କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଟ୍ବିଟ୍ କରି ଓଡ଼ିଶା ଓ ମହାରାଷ୍ଟ୍ରର ଶାସନକୁ ତୁଳନା କରିଥିଲେ। ଏହି ଟ୍ବିଟରେ ବୈଜୟନ୍ତ ଲେଖିଥିଲେ ଯେ, ମହାରାଷ୍ଟ୍ର ଓ ଓଡ଼ିଶାରେ ଯେଉଁଭଳି ଭାବେ ପୋଲିସ ହେପାଜତରେ ଜେରା, ସାମ୍ବାଦିକଙ୍କୁ ଆକ୍ରମଣ ଚାଲିଛି ଏ ସବୁ କିଛି ପାକିସ୍ତାନ ଭଳି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.