Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

କଂଗ୍ରେସ ନେତାଙ୍କ ଡ୍ରାମା : ହାରନ୍ତି, ଗୋଇ ଖୋଳନ୍ତି ଆଉ ବିଳିବିଳେଇ ହୁଅନ୍ତି

11/11/2020 at 3:51 PM

ଭୁବନେଶ୍ବର ୧୧।୧୧: ବାଲେଶ୍ବର ତିର୍ତ୍ତୋଲରେ କଂଗ୍ରେସ ହାରିବା ପଛରେ କଂଗ୍ରେସ ହିଁ ଦାୟୀ । ଦଳର କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଆମେ ହରିଲୁ । ନେତାମାନେ ବାଲେଶ୍ବରରେ ଠି୍କ ଭାବେ ପ୍ରଚାର କଲେନାହିଁ । ଉପର ଠଉରିଆ ଭାବେ ପ୍ରଚାର କଲେ ହୋଟେଲରେ ଯାଇ ଶୋଇଲେ । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ।

ତିର୍ତ୍ତୋଲରେ ଭଲ ଭୋଟ୍ ପାଇଲୁ । କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ଚାହୁଁଥିଲେ । ସେଥିପାଇଁ ଆମେ ଅଳ୍ପ କାମ କଲୁ । ଅନ୍ୟମାନେ କାମ କଲେନି ।

ଉଭୟ ନିର୍ବାଚନମଣ୍ଡଳୀକେ ଅର୍ଥ ମୁଖ୍ୟ ଫାକ୍ଟର ହେଲା । ବିଜେପି-ବିଜେଡି ପ୍ରବଳ ଅର୍ଥ ଖର୍ଚ୍ଚ କରିଛନ୍ତି । ହାରିବାର ସମୀକ୍ଷା ହେବ କିନ୍ତୁ ଆକ୍ସନ ହେବନି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେଡି ଦଳ ନିର୍ବାଚନକୁ ଭଲ ଭାବେ ପରିଚାଳନା କରୁଛନ୍ତି । ସେଥିପାଇଁ ଜିତୁଛନ୍ତି ।

   Related Posts