Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସନେତାଙ୍କୁ ଗୁଳିକରି ହତ୍ୟା , ପୂର୍ବଶତ୍ରୁତା କାରଣ ଥାଇପାରେ ବୋଲି କହିଲା ପୋଲିସ

28/02/2019 at 8:45 PM

ଚଣ୍ଡିଗଡ଼ ୨୮/୨- ପଂଜାବ ଫିରୋଜପୁର ଅଂଚଳରେ ଜଣେ କଂଗ୍ରେସନେତାଙ୍କୁ ଗୁଳି କରି ହତ୍ୟା । ସକାଳେ ନିଜଘରୁ ବାହାରି ଯିବା ସମୟରେ ଘଟିଛି ଏହି ଅଭାବନୀୟ ଘଟଣା ।

ପୋଲିସ କହିବା ଅନୁସାରେ ନିହଙ୍ଗା ନିବାସୀ କଂଗ୍ରେସନେତା ପ୍ରିତମ ସିଂ କୌଣସି କାମରେ ଘରୁ ବାହାରିଥିଲେ । ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସିଥିଲେ । ସେମାନେ ଅତି ନିକଟରୁ ପ୍ରିତମଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ପ୍ରିତମଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ଡ଼ାକ୍ତର ପ୍ରିତମଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପୂର୍ବ ଶତ୍ରୁତାକୁ ନେଇ ଘଟିଛି ବୋଲି ପୋଲିସ କହିଛି । ଏହି ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ । ମାମଲା ରୁଜୁକରି ଘଟଣାର ଛାନଭିନ୍ କରୁଛି ପୋଲିସ ।

   Related Posts