ଗିରଫ ହେଲେ କଂଗ୍ରେସ ନେତା ଶିବ କୁମାର

Published By : Prameya-News7 Bureau | September 03, 2019 IST

ବେଙ୍ଗାଲୁର - କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଶିବ କୁମାରଙ୍କୁ ଗିରଫ କରାଯାଇଛି। ବେଆଇନ ଟଙ୍କା କାରବାର(ମନି ଲଣ୍ଡ୍ରିଂ) ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କଂଗ୍ରେସ ନେତା ଶିବକୁମାରଙ୍କୁ ଗିରଫ କରାଯାଇଛି । ଗତ ଚାରି ଦିନ ଧରି ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ତାଙ୍କୁ ଜେରା କରୁଥିଲେ । ମାତ୍ରର ଅନୁସନ୍ଧାନରେ ସେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଥିଲା ।


ଏଚ୍‌ଡି କୁମାର ସ୍ୱାମୀଙ୍କର ସରକାର ଥିବା ସମୟରେ ଶିବ କୁମାର ମନ୍ତ୍ରୀ ଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟରେ ତାଙ୍କ ବିରୋଧରେ ଥିବା ମାମଲାକୁ ରଦ୍ଦ କରିବା ସହ ଗିରଫ ନ ହେବା ପାଇଁ ଜାମିନ ଆବେଦନ କରିଥିଲେ , ମାତ୍ର ଅଦାଲତ ଏହାକୁ ଖାରଜ କରି ଦେଇଥିଲେ । ପରେ ତାଙ୍କୁ ଦିଲ୍ଲୀରେ ହାଜର ହେବା ପାଇଁ ସମନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.