ପାକ୍ କ୍ରିକେଟରଙ୍କ ପତ୍ନୀମାନଙ୍କ ସହ ଶଶି ଥରୁରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ, ଥରୁର କିନ୍ତୁ ଚୁପ୍
22/06/2019 at 5:22 PM

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଏକ ଫଟୋ ସୋସାଲ ମିଡିଆରେ ନିଆଁ ଭଳି ବ୍ୟାପୀବାରେ ଲାଗିଛି। ଯେଉଁଥିରେ ଶଶି ପାକ୍ କ୍ରିକେଟରମାନଙ୍କ ପତ୍ନୀଙ୍କ ଗହଣରେ ଥିବା କୁହାଯାଉଛି। ତେବେ ପ୍ରସଙ୍ଗରେ ନିଜେ ଶଶି ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। ତେବେ ଅଲ ଇଣ୍ଡିଆ ପ୍ରଫ୍ରେସନାଲସ କଂଗ୍ରେସର ଜନୈକ ସଦସ୍ୟ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଫଟୋରେ ଥିବା ମହିଳାମାନେ ଖେଳାଳିମାନଙ୍କ ପତ୍ନୀ ନୁହଁନ୍ତି ବୋଲି ଟ୍ବିଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।

ତେବେ ସୋସାଲ ମିଡିଆ ବ୍ୟବହାରକାରୀମାନେ ଶଶିଙ୍କ ସହ ଛିଡା ହୋଇଥିବା ମହିଳାମାନଙ୍କୁ ପାକ୍ କ୍ରିକେଟରମାନଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି। ତେବେ ଏଆଇପିସିର ସଦସ୍ୟ ଏହି ଫଟୋକୁ ଗତବର୍ଷର ବୋଲି ଦାବି କରୁଥିବା ବେଳେ ଇନ୍ଦୋରରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକ୍ରମ ଅବସରରେ ସହରର ମହିଳାମାନେ ବୋଲି କହୁଛନ୍ତି। ତେବେ ଏହି ଫଟୋ ସେହି ସମୟର ଯେତେବେଳେ ବର୍ଷାଯୋଗୁ ଗତ ୧୬ ଜୁନ ବିଶ୍ୱକପ୍ ମ୍ୟାଚ୍ ପ୍ରଭାବିତ ହୋଇଥିଲା ବୋଲି ସୋସାଲମିଡିଆ ବ୍ୟବହାରକାରୀ କହୁଛନ୍ତି।

ମ୍ୟାଚ୍ ରେ ପାକ୍ ଟିମ୍ ୮୯ ରନରେ ପରାସ୍ତ ହୋଇଥିବା ବେଳେ ସେମାନଙ୍କ ପତ୍ନୀମାନେ ବିଶ୍ୱକପ୍ ରେ ଏପରି ମଜା ଲୁଟୁଥିଲେ ବୋଲି ମନ୍ତବ୍ୟ ଦିଆଯାଉଛି। ଜୁନ ୧୬ ତାରିଖ ମ୍ୟାଚ୍ ବର୍ଷା ଯୋଗୁ ଗୁରୁତର ପ୍ରଭାବିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ପାକ୍ ପାଇଁ ବିଶାଳ ସ୍କୋର ଛିଡା କରିଥିଲା। ତେବେ ପରେ ବର୍ଷା ଯୋଗୁ ଖେଳ ପ୍ରଭାବିତ ହୋଇଥିବା ବେଳେ ଖେଳ ଦେଖିବାକୁଯାଇଥିବା ଲୋକେ ଅବସର ସମୟ ଏପରି କଟାଇଥିଲେ। ହେଲେ ଏଆଇପିସି ମଧ୍ୟପ୍ରଦେଶ ଅଧ୍ୟକ୍ଷ ଅଜୟ ବାଗଡିଆ କିନ୍ତୁଏହା ମାନିବାକୁ ନାରାଜ। ଏହାକୁ ଇନ୍ଦୋରରେ ୧୮ ଫେବୃାରୀ ୨୦୧୮ର ଫଟୋ ବୋଲିକହୁଛନ୍ତି। ସେହିପରି ଫଟୋରେ ଥିବା ମହିଳାମାନେ ଇନ୍ଦୋର ଏଣ୍ଟରପ୍ରେନିୟରର ସଦସ୍ୟାମାନେ ବୋଲି କହିଛନ୍ତି ବାଗଡିଆ।