ପୁଣି ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଶଶି ଥରୁର, ଦଳୀୟ ଚାପରୁ ବର୍ତ୍ତିବା ପାଇଁ କରିଦେଲେ ଲୋକ ଦେଖାଣିଆ ସମାଲୋଚନା…

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ୫|୯: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାନ ପାଇଁ ନେସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ ପକ୍ଷରୁ କମଲନଗରସ୍ଥିତ ଅଭିତାଭ ଗେଷ୍ଟ ହାଉସରେ ଛାତ୍ର ସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ବିଭିନ୍ନ ସମସ୍ୟା ଉପ​‌ରେ ସେ ଆଲୋଚନା କରିଥିଲେ।ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ  ଛାତ୍ରମାନେ ଶଶି ଥରୁର୍‌ଙ୍କୁ ପ୍ରଶ୍ନ ପଚାରିଥିଲେ। ଶଶି ମଧ୍ୟ ଛାତ୍ରଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ।କାର୍ଯ୍ୟକ୍ରମରେ ଶଶି ଏମିତି କିଛି କଥା କହିଥିଲେ ଯାହା ମୋଦିଙ୍କୁ ପ୍ରଶଂସାକଲା ଭଳି କଥା ଥିଲା । ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ

ଶଶି ଥରୁର୍‌ କହିଛନ୍ତି ଯେ, ଦେଶରେ ୪୦ ପ୍ରତିଶତରୁ ଅଧିକ ଲୋକ ୨୫ ବର୍ଷ ବୟସରୁ କମ୍  ରହିଛନ୍ତି।ଦେଶର ଭବିଷ୍ୟତ ଗଠନ କରିବା କ୍ଷେତ୍ରରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।ତେଣୁ  ୩୦ ବର୍ଷ ବୟସ୍କ ଯୁବକଙ୍କୁ ସଂସଦରେ ସଂରକ୍ଷଣ ମିଳିବା ଉଚିତ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶଶି ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ।

ମୋଦିଙ୍କୁ ସେ ପ୍ରଶଂସା କରିଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଶଶି କହିଥିଲେ ଯେ, ମୋଦିଙ୍କୁ ସେ ପ୍ରଶଂସା କରିନାହାନ୍ତି ବରଂ ସେ କହିଥିଲେ ଯେ, ସମସ୍ତଙ୍କୁ ବୁଝିବାକୁ ପଡିବ ମୋଦି କିପରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି। ଦକ୍ଷତା ନେଇ ଭୋଟରଙ୍କୁ ଆକର୍ଷଣ କରାଯାଇଥାଏ। ତେଣୁ ଯାହାଙ୍କ ପାଖରେ ଦକ୍ଷତା ଓ ଲୋକପ୍ରିୟତା ରହିଛି ସେହି ବ୍ୟକ୍ତି ହିଁ ଭୋଟରଙ୍କୁ ଆକର୍ଷିତ କରିପାରିବେ।

ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ କେନ୍ଦ୍ରସରକାର ଓ ମୋଦିଙ୍କୁ ଟାର୍ଗେଟକରି କହିଥିଲେ ଯେ, ଗତ ଏକ ମାସ ହେବ କାଶ୍ମୀରର ଲୋକମାନେ ଘରେ ଭିତରେ ବନ୍ଦ ରହିଛନ୍ତ, ଏହା ସମ୍ପୂର୍ଣ୍ଣ ଭୁଲ୍‌।ଏନଆରସିକୁ ନେଇ ମଧ୍ୟ ଛାତ୍ରମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନରେ ଶଶି କହିଥିଲେ, ୧୯୭୧ ମସିହାରୁ ଭାରତରେ ଯେଉଁମାନେ ରହି ଆସୁଛନ୍ତି ସେମାନଙ୍କୁ ମଧ୍ୟ ଏନଆରସି ଜରିଆରେ ବିଦେଶୀ ଭାବେ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.