ନଦୀ କୂଳରୁ କଂଗ୍ରେସ ନେତ୍ରୀ ରେଶମାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | May 18, 2019 IST

ବେଙ୍ଗାଲୁରୁ ୧୮|୫: କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଏକ ଜଙ୍ଗଲରୁ ଶୁକ୍ରବାର ଦିନ କଂଗ୍ରେସ ନେତା ରେଶମା ପାଡେକନୁରାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ବିଜୟପୁରା ଜେଡିଏସର ଅଧ୍ୟକ୍ଷ ଥିବା ରେଶମା ବର୍ତ୍ତମାନ କଂଗ୍ରେସ ପାଇଁ ସକ୍ରିୟ ଭାବେ କାମ କରୁଥିଲେ । ରେଶମାଙ୍କ ମୃତଦେହ ବିଜୟପୁରାର କୋହ୍ଲର ଗାଁରେ କୃଷ୍ଣା ନଦୀ କୂଳରୁ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି ।

୨୦୧୩ରେ ରେଶମା ଜେଡିଏସ୍ ଟିକେଟ୍ ରେ ବିଧାନସଭା ନିର୍ବାଚନ ମଧ୍ୟ ଲଢିସାରିଥିଲେ । ୨୦୧୮ରେ ବିଧାନସଭା ନିର୍ବାଚନରେ ଟିକେଟ୍ ନମିଳିବାରୁ କଂଗ୍ରେସ ଦଳରେ ଯୋଗଦେଇଥିଲେ । ମାମଲା ଦାୟର ପରେ କୋହ୍ଲର ପୋଲିସ ଘଟଣା ତଦନ୍ତ ଜାରି ରଖିଛି । ପୋଲିସର ସୂଚନା ଅନୁସାରେ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ, ରେଶମାଙ୍କୁ କେହି ହତ୍ୟା କରିଥାଇପାରେ । ଯାଞ୍ଚ ପରେ ଘଟଣା ସ୍ପଷ୍ଟ ଜଣାପଡିବ ।

ପୋଲିସ ସୂଚନା ଅନୁସାରେ ଗୁରୁବାର ଦିନ ଦ୍ବିପ୍ରହରରେ ରେଶମାଙ୍କୁ ଶେଷ ଥର ପାଇଁ ଏଆଇଏମଆଇଏକେ ନେତା ତୌଫିକଙ୍କ ସହ ଦେଖିବାକୁ ମିଳିଥିଲା । ରେଶମାଙ୍କ ସ୍ବାମୀ ମଧ୍ୟ ତୌଫିକଙ୍କୁ ସନ୍ଦେହ କରୁଛନ୍ତି । ତୌଫିକ ଏବଂ ରେଶମାଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ମଧ୍ୟ ଚାଲିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.