ନିର୍ବାଚନ ଫଳାଫଳ ଦେଖି ଭୋଟ ଗଣତି କେନ୍ଦ୍ରରେ କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ

Published By : Prameya-News7 Bureau | May 23, 2019 IST

ମଧ୍ୟ ପ୍ରଦେଶ ସିହୋରରେ ଭୋଟ ଗଣତି କେନ୍ଦ୍ରରେ ସିହୋର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ରତନ ସିଂହ ଠାକୁର ଭୋଟ ଗଣତି କେନ୍ଦ୍ରରେ ଗଣତି ଦେଖିବା ପାଇଁ ପହଞ୍ଚିଥିଲେ । ଅଚାନକ ସେ ବେହୋସ ହୋଇ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  

{"id":115034}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.