'ମୋଦି ପ୍ରଧାନମନ୍ତ୍ରୀ କମ ପ୍ରପଞ୍ଚମନ୍ତ୍ରୀ ବେଶୀ' : ବିଜେପିର ମିରଠ ରାଲି ପରେ କଂଗ୍ରେସର ଟିପ୍ପଣୀ

Published By : Prameya-News7 Bureau | March 28, 2019 IST

ମିରଠ ୨୮/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଠରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସରୁ ସରୁ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି | ମୋଦିଙ୍କ ମିରଠ ରାଲିର ଭିଡିଓ ଦେଖାଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଵାଲା ପ୍ରଧାନମନ୍ତ୍ରୀଙ୍କୁ 'ଡ୍ରାମା କିଙ୍ଗ' ବୋଲି କହିଛନ୍ତି | ଉତ୍ତର ପ୍ରଦେଶର ହଜାର ହଜାର ଆଖୁ ଚାଷୀଙ୍କ ୨୦ ହଜାର କୋଟି ଟଙ୍କା ବାକି ଅଛି | ମିରଠ ଏବଂ ଆଖପାଖ ୬ ଜିଲ୍ଲାର ଚାଷୀଙ୍କର ୧୦ ହଜାର କୋଟି ଟଙ୍କା ବାକି ଅଛି ବୋଲି ସେ ଅଭିଯୋଗ କରିଛନ୍ତି | ସୁରଜେଵାଲା କହିଛନ୍ତି ଯେ, ସବସିଡି ଚିନି ବନ୍ଦ କରିଦେବା ସରକାରଙ୍କ ଏକ ଭୁଲ ପଦକ୍ଷେପ |


ରାଲିରେ କଂଗ୍ରେସର ନ୍ୟାୟ ଯୋଜନାକୁ ସମାଲୋଚନା କରି ମୋଦି ଗରିବଙ୍କୁ ମଧ୍ୟ ଥଟ୍ଟା ପରିହାସ କରିଛନ୍ତି | ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କହିଥିଲେ ଯେ, ଯେଉଁମାନେ ଗରିବଙ୍କ ପେଟକୁ ଗଣ୍ଡେ ଦାନା ଦେଇପାରିଲେ ନାହିଁ ସେମାନେ କଣ ଗରିବଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଦେବେ |


ସୁରଜେଵାଲା ଉତ୍ତର ପ୍ରଦେଶରେ ମହାମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଥିବା ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ରା଼ଲୋଦ ଉପରେ ଦିଆଯାଇଥିବା ବୟାନକୁ କଡା ଭାଷାରେ ନିନ୍ଦା କରିଛନ୍ତି | ନିର୍ବାଚନ ଲଢ଼ୁଥିବା ୩ ପ୍ରମୁଖ ଦଳକୁ ପ୍ରଧାନମନ୍ତ୍ରୀ ମୋଦି 'ସରାବ' ସଂଜ୍ଞା ଦେବା ଶୋଭା ପାଉଛି କି ବୋଲି ପ୍ରଶ୍ନ କରିଥିଲେ ସୁରଜେଵାଲା | ଏହିଭଳି ମନ୍ତବ୍ୟ ଦେଇ ସେ ଗଣତନ୍ତ୍ରର ପରିହାସ କରିଛନ୍ତି ବୋଲି କହିଥିଲେ | ସେ ପ୍ରଧାନମନ୍ତ୍ରୀ କମ ଏବଂ ପରପଞ୍ଚମନ୍ତ୍ରୀ ଅଧିକ ବୋଲି କହିଥିଲେ ସୁରଜେଵାଲା | ସେ ପ୍ରଧାନମନ୍ତ୍ରୀ କମ ଏବଂ ଫ୍ଲପ ଫିଲ୍ମ ଅଭିନେତା ଅଧିକ | ସେ ପ୍ରଧାନମନ୍ତ୍ରୀ କମ ଏବଂ ଡ୍ରାମା କିଙ୍ଗ ଅଧିକ ବୋଲି କହିଛନ୍ତି ସୁରଜେଵାଲା |


ଆଜି ମିରଠ ରାଲିରେ ମୋଦି କଟାକ୍ଷ କରି କହିଥିଲେ ଯେ ସମାଜବାଦୀ ପାର୍ଟି, ରାଷ୍ଟୀୟ ଲୋକ ଦଳ ଏବଂ ବହୁଜନ ସମାଦବାଦୀ ପାର୍ଟିର ପ୍ରଥମ ଅକ୍ଷରଗୁଡିକୁ ଯଦି ମିଶାଇ ଦିଆଯାଏ ତାହେଲେ' ସରାବ' ହେଉଛି ଏବଂ ସରାବ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି କହିଥିଲେ ମୋଦି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.