ଭଦ୍ରକରେ କଂଗ୍ରେସ ନେତା ତଥା ବଲିଉଡ୍ ଷ୍ଟାର୍ ରାଜ ବବରଙ୍କ ରୋଡ୍ ସୋ’

Published By : Prameya-News7 Bureau | April 25, 2019 IST

ଭଦ୍ରକ ୨୫|୪: ଭଦ୍ରକରେ କଂଗ୍ରେସ ନେତା ତଥା ବଲିଉଡ୍ ଷ୍ଟାର ରାଜ ବବର ନର୍ବାଚନୀ ପ୍ରଚାର କରିଛନ୍ତି । ସହରର ମହାବୀର ପଡିଆରେ କଂଗ୍ରେସର ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେଇ ଦଳ ପାଇଁ ଭୋଟ୍ ମାଗିଛନ୍ତି ରାଜ ବବର । ଭଦ୍ରକର ପୁରୁଣା ବଜାର ଛକ, ଲାହାପଟି, ନଙ୍ଗାମହଲା, ସନ୍ଥିଆ ଆଦି ସ୍ଥାନରେ ରୋଡ୍ ସୋ’ କରିଛନ୍ତି ।

{"id":107114}

ରାଜ ବବରଙ୍କ ସହ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ ଓ ଭଦ୍ରକ ବିଧାନସଭା ଆସନର କଂଗ୍ରସ ପ୍ରାର୍ଥୀ ନଳିନୀ ମହାନ୍ତି ରୋଡ୍ ସୋ’ରେ ଉପସ୍ଥିତ ଥିଲେ । ରାଜ ବବର ମୋଦିକୁ ସମାଲୋଚନା କରିବା ସହ ତାଙ୍କ ଲଢେଇ ସ୍ଥାନୀୟ ସରକାର ବିରୋଧରେ ନୁହେଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.