Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାହୁଲଙ୍କ ବିବାଦୀୟ ଟିପ୍ପଣୀ : କହିଲେ ‘ମୋଦିଙ୍କୁ ଠେଙ୍ଗାରେ ପିଟିବେ ଯୁବପୀଢି, ଭୟରେ ସେ ଘରୁ ବାହାରିପାରିବେନାହିଁ’

6/02/2020 at 11:01 AM

ନୂଆଦିଲ୍ଲୀ ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ନେତାମାନେ ସେମାନଙ୍କ ବୟାନରେ ଏଭଳି ଶବ୍ଦର ପ୍ରୟୋଗ କରୁଛନ୍ତି ଯାହା ଫଳରେ ନିର୍ବାଚନ ଆୟୋଗଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । ଏମିତିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିବାଦୀୟ ଟିପ୍ପଣୀ ସାମ୍ନାକୁ ଆସିଛି । ରାହୁଲ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ।

ରାହୁଲ କହିଛନ୍ତି ଯେ, ଏବେ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଭାଷଣ ଦେଉଛନ୍ତି, ୬ମାସ ପରେ ସେ ଘରୁ ବାହାରିପାରିବେ ନାହିଁ । ଭାରତର ଯୁବପୀଢି ତାଙ୍କୁ ମାଡ ମାରି ବୁଝାଇଦେବେ ଯେ, ଯୁବପୀଢିଙ୍କୁ ଚାକିରୀ ନଦେଇ ଦେଶ ଆଗକୁ ବଢିପାରିବନାହିଁ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ବିଶ୍ବର ବିନିଯୋଗକାରୀ ଭାରତରେ ବିନିଯୋଗ କରିବାକୁ ଇଚ୍ଛାପ୍ରକାଶ କରୁଛନ୍ତି । ମାତ୍ର ଦେଶରେ ବଢୁଥିବା ହିଂସା ଏବଂ ଘୃଣାଭାବ କାରଣରୁ ବିନିଯୋଗକାରୀ ପଛଘୁଞ୍ଚା ଦେଉଛନ୍ତି ।

ମାଟିଆରେ ମହିଳା ରାଲିଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ମୋଦି ତାଙ୍କର ସବୁ ସମୟ ହିନ୍ଦୁ-ମୁସଲମାନ-ଶିଖ୍-ଖ୍ରୀଷ୍ଟିଆନଙ୍କୁ ବିଭକ୍ତ କରିବାରେ ଲଗାଇଥାନ୍ତି । ସକାଳୁ ଉଠିବା ପରେ ସେ ଚିନ୍ତା କରିଥାନ୍ତି କିପରି ଦେଶକୁ ବିଭକ୍ତ କରିବେ । ଆସାମ, ପଞ୍ଜାବ, ମହାରାଷ୍ଟ୍ର ଆଦି ସବୁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ କରାଇ ଦେଶଭକ୍ତ ହେବାର ସେ ଦାବି କରିଥାନ୍ତି ।

   Related Posts