ପୁଣି ମୋଦି ସରକାରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍‌ : କହିଲେ, ‘କୋଭିଡର ଦ୍ବିତୀୟ ଲହର ସମୟରେ କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ୫୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି’

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୦୭ : ଦେଶରେ କରୋନା ସଂକ୍ରମଣକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଦେଶରେ କରୋନାର ଦ୍ବିତୀୟ ଲହର ସମୟ​‌ରେ ଭାରତ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦେଶ​‌ରେ ମୃତ୍ୟୁ ସଂଖ୍ୟା ଅହେତୁକ ବଢିଲା । ଏଥି ପାଇଁ କେନ୍ଦ୍ର ସରକାର ହିଁ ଦାୟୀ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘କୋଭିଡ୍‌ର ଦ୍ବିତୀୟ ଲହର ସମୟରେ ଭାରତ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସରକାରଙ୍କ ମନମୂଖୀ ନିଷ୍ପତ୍ତି ପାଇଁ ଦେଶର ଅନେକ ଭାଇ, ଭାଉଣୀ, ମାଆ-ବାପାଙ୍କ ଜୀବନ ଯାଇଛି।’

{"width":827,"height":275}
राहुल गांधी का निशाना, कहा- कोरोना की दूसरी लहर के दौरान केंद्र के गलत फैसलों ने 50 लाख लोगों की जान ली

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ମହାମାରୀ ଏବଂ ଏହା ସହିତ ଜଡିତ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଲଗାତାର ଭା​‌ବେ କାଠକଡାରେ ଛିଡା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଉ ଏକ ଟ୍ବିଟ୍‌ରେ ରାହୁଲ ଗାନ୍ଧି କହିଛନ୍ତି, ଆପଣାଙ୍କୁ ହରାଇଥିବା ଲୋକମାନଙ୍କ ଲୁହରେ ସବୁ ରେକର୍ଡ ହୋଇ ରହୁଛି । ଏହା ପୂର୍ବରୁ ସେ କହିଥିଲେ, ସମ୍ବେଦନଶୀଳତା ଏବଂ ସତ୍ୟ ପ୍ରକାଶ କରିବାର ସତସାହସ ନଦେଖାଇବା ପୂର୍ବରୁ ଥିଲା ଏବଂ ବର୍ତ୍ତମାନ ମଧ୍ୟ ରହିଛି ।

ଏହା ପୂର୍ବରୁ ସଂସଦର ମୌସୁମୀ ଅଧିବେଶନରେ, କୋଭିଡ୍ ମୃତ୍ୟୁ ରିପୋର୍ଟ ଲୁଚାଇଥିବା ନେଇ ସରକାରଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଥିଲେ ବିରୋଧୀ । ଏହାର ଜବାବ ଦେବାକୁ ଯାଇ ବିରୋଧୀଙ୍କ ତଥ୍ୟ ଭିତ୍ତିହୀନ ତଥା ତଥ୍ୟ ଭିତ୍ତିକ ନୁହେଁ ବୋଲି କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, ଯେଉଁ ରାଜ୍ୟମାନଙ୍କରେ କରୋନା ବିରୁଦ୍ଧରେ ଭଲ କାମ ହୋଇଛି ସେମାନଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି ଏବଂ ସେଠାରେ ଦେଖାଯାଇନାହିଁ ଯେ, କେଉଁ ଦଳର ସରକାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.