ପ୍ରବାସୀ ଶ୍ରମଜୀବୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ, ଫୁଟ୍‌ଫାଥ୍‌ରେ ବସି ପଚାରି ବୁଝିଲେ ଅବସ୍ଥା

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶନିବାର ପ୍ରବାସୀ ଶ୍ରମିକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତା ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ନିକଟରେ ଶ୍ରମଜୀବୀଙ୍କୁ ଦେଖା କରିଛନ୍ତି। ରାହୁଲ ଗାନ୍ଧୀ ଫୁଟ୍‌ଫାଥରେ ବସି ସେମାନଙ୍କ  ସହ ଆଲୋଚନା କରିଛନ୍ତି ଓ ସେମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି। ସେ ଭାରତୀୟ ଯୁବ କଂଗ୍ରେସ ଓ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିକୁ ଦିଲ୍ଲୀରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ଘର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିବାକୁ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ଶ୍ରମଜୀବୀଙ୍କ ସହ ସାକ୍ଷାତ ଉପରେ କଂଗ୍ରେସ୍ ଟୁଇଟ୍ କରିଛି ଯେ, ଲୋକଙ୍କ ଯନ୍ତ୍ରଣା କେବଳ ସେହି ନେତା ବୁଝି ପାରିବେ ଯିଏ ସେମାନଙ୍କର ଧ୍ୟାନ ରଖନ୍ତି। କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଶ୍ରମିକଙ୍କୁ ଭେଟିବାର ଫଟୋ ମଧ୍ୟ ପୋଷ୍ଟ କରିଛି। ଜଣେ ପ୍ରବାସୀ ଶ୍ରମିକ ଦେବେନ୍ଦ୍ର କହିଛନ୍ତି ରାହୁଲ ଗାନ୍ଧୀ କିଛି ସମୟ ପୂର୍ବେ ଭେଟିବାକୁ ଆସିଥିଲେ। ଘରକୁ ଯିବା ନିମନ୍ତେ ସେ ଆମ ପାଇଁ ଗାଡି ବୁକ୍ କରି ଦେଲେ। ଆମକୁ ଘର ପର୍ଯ୍ୟନ୍ତ ଛାଡି ଦେବା କଥା କହିଲେ। ଏହା ସହିତ ଆମକୁ ଭୋଜନ, ପାଣି ଓ ମାସ୍କ ଦେଲେ।

{"id":270986,"sizeSlug":"large"}

ଅନ୍ୟପଟେ ଦିଲ୍ଲୀ କଂଗ୍ରେସର ନେତା ଅନିଲ ଚୌଧୁରୀ କହିଛନ୍ତି ଆମେ ଜାଣିବାକୁ ପାଇଲୁ ଯେ, ଶ୍ରମଜୀବୀଙ୍କୁ ଅଟକ ରଖାଯିବ। ରାହୁଲ ଗାନ୍ଧୀ ଏଠାକୁ ଆସି ସେମାନଙ୍କୁ ଭେଟିଛନ୍ତି। ଆମେ ପୋଲିସ କଥାରେ ସହମତ ଯେ, ଦୁଇ ଦୁଇ ଜଣଙ୍କ ସହିତ ଯିବାକୁ ଅନୁମତି ମିଳିବ। ଆମର କଂଗ୍ରସ କର୍ମକର୍ତ୍ତ ଶ୍ରମଜୀବୀଙ୍କୁ ସେମାନଙ୍କ ଘରକୁ ନେଇ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଘେରିବାକୁ କ୍ରମାଗତ ଉଦ୍ୟମ କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ରାହୁଲ ଗାନ୍ଧୀ ସରକାରଙ୍କ ଅନେକ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରବାସୀ ଶ୍ରମଜୀବୀ ପ୍ରସଙ୍ଗରେ ସେ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.