ଚୀନ ଗୋଟିଏ ନୁହେଁ ୩ ଜାଗା ଛଡାଇ ନେଇଛି, ସତ କୁହନ୍ତୁ ପ୍ରଧାନମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନରେ ଆମେ ଆପଣଙ୍କ ସହିତ ଅଛୁ: ରାହୁଲ

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୦୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚୀନ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତୀୟ ସେନାର ୨୦ ଯବାନ ସହିଦ  ହେବା ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ଏହି କ୍ରମରେ ଶୁକ୍ରବାର ରାହୁଲ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିନା ଭୟରେ, ବିନା ବିଚଳିତରେ ସତ କୁହନ୍ତୁ ଯେ, ଚୀନ ଆମ ଜମି ନେଇଛି ଓ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛୁ। ଏହି ସ୍ଥିତିରେ ସମଗ୍ର ଦେଶ ଆପଣଙ୍କ ସହିତ ଛିଡା ହୋଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପୂରା ଦେଶ ଏକ ହୋଇ ସେନା ଓ ସରକାର ସହିତ ରହିଛି। ମାତ୍ର ଏକ ଜରୁରୀ ପ୍ରଶ୍ନ ଏହା ଯେ, କିଛି ଦିନ ପୂର୍ବେ ଆମ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେହି ହେଲେ ଏଲଏସିରେ ଅନୁପ୍ରବେଶ କରି ନାହାନ୍ତି ଏବଂ ଆମ ଜମି କବ୍‌ଜା କରି ନାହାନ୍ତି।

wp:html /wp:html

ରାହୁଲ କହିଛନ୍ତି, ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି ଯେ, ଲଦାଖ ଲୋକଙ୍କ ସୂତ୍ରରୁ ସେନାର ପୂର୍ବତନ ଜେନେରାଲ କହୁଛନ୍ତି ଯେ,ଚୀନ ଆମର ଗୋଟିଏ ଜମି ନୁହେଁ ବରଂ ତିନୋଟି ଜମ ଛଡାଇ ନେଇଛି। ତେଣୁ ପ୍ରଧାନମନ୍ତ୍ରୀ ଆପଣଙ୍କୁ ସତ କହିବାକୁ ପଡିବ। ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ କହିବେ ଯେ, ଜମି ଯାଇ ନାହିଁ ତେବେ ବାସ୍ତବରେ ଜମି ନେଇଥିବା ଚୀନକୁ ଏହାର ଫାଇଦା ମିଳିବ। ଆମେ ମିଶି କି ମୁକାବିଲା କରିବାର ଅଛି ଏବଂ ଉଠାଇ ଫିଙ୍ଗିବାର ଅଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, ଆମ ସହିଦ୍ ଯବାନଙ୍କୁ ବିନା ଅସ୍ତ୍ର ଶସ୍ତ୍ରରେ ବର୍ଡରକୁ କିଏ ପଠାଇଲା ଏବଂ କାହିଁକି ପଠାଇଲା ?

ଉଲ୍ଲେଖଯୋଗ୍ୟ, ଚୀନ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାର ଉପରେ କ୍ରମାଗତ  ହମଲା କରି ଚାଲିଛନ୍ତି। ଏହା ପୂର୍ବରୁ ରାହୁଲ ପ୍ରଶ୍ନ ଉଠାଇ ଥିଲେ ଯେ, ଯବାନଙ୍କୁ ନିରସ୍ତ୍ର କରି କଣ ପାଇଁ ପଠାଯାଇଥିଲା। ଯାହା ଉପରେ ବୈଦେଶିକ ମନ୍ତ୍ର ଏସ ଜୟଶଙ୍କର ଜବାବ ଦେଇଥିଲେ।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚୀନ ଅନୁପ୍ରବେଶ କରି ନାହିଁ କି ଭାରତୀୟ ଜମି କବ୍‌ଜା କରି ନାହିଁ। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସଫେଇ ମଧ୍ୟ ଜାରି କରିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.