Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କୃଷକ ଆନ୍ଦୋଳନ: ସଂସଦ ପରିସରରେ ଚାଷୀଙ୍କ ସମର୍ଥନ​‌ରେ କଂଗ୍ରେସର ଧାରଣା, ରାହୁଲ ଗାନ୍ଧି କହିଲେ ‘ସେମାନେ ଅସତ୍ୟ, ଅନ୍ୟାୟ ପଥେ କିନ୍ତୁ ଆମେ ଏକଜୁଟ’

22/07/2021 at 3:30 PM

ନୂଆଦିଲ୍ଲୀ ୨୨/୦୭ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଗତ ବର୍ଷ ନଭେମ୍ବର ମାସରୁ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟର ସୀମାରେ ଧାରଣାରେ ବସିଛନ୍ତି ଚାଷୀ । କେନ୍ଦ୍ର ସରକାର ଦାବି ପୂରଣ କରୁନଥିବା ବେଳେ ଚାଷୀମାନେ କିନ୍ତୁ ନିଜ ଜିଦରେ ଅଟଳ ରହିଛନ୍ତି । ଗୁରୁବାର କଂଗ୍ରେସ ସାଂସଦମାନେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି । କୃଷକ ଆନ୍ଦୋଳନକୁ ନେଇ ମୋଦି ସରକାରକୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ‘ସେମାନେ ଅସତ୍ୟ, ଅନ୍ୟାୟ, ଅହଙ୍କାର ପ୍ରଦର୍ଶନ କରୁଛନ୍ତି ।’

ସଂସଦ ପରିସରରେ ପ୍ରଦର୍ଶନ ସମୟର ଏକ ଫଟୋ ଟ୍ବିଟ୍ କରି ରାହୁଲ ଗାନ୍ଧି ଲେଖିଛନ୍ତି, ‘ସେମାନେ ଅସତ୍ୟ, ଅନ୍ୟାୟ, ଅହଙ୍କାର ପଥରେ ଅଛନ୍ତି କିନ୍ତୁ ଆମେ ସତ୍ୟାଗ୍ରହୀ, ନିର୍ଭୟ ଏବଂ ଏକଜୁଟ ହୋଇ ରହିଛୁ ।’

କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ସାଂସଦମାନେ ସଂସଦ ପରିସରରେ ଧାରଣା ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ କଂଗ୍ରେସ ସାଂସଦ । ରାହୁଲ ଗାନ୍ଧିଙ୍କ ବ୍ୟତିତ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ମନୀଷ ତିଓ୍ବାରୀ, ଗୌରବ ଗୋଗୋଇ, ରବନୀତ ବିଟ୍ଟୁ ରାଜ୍ୟସଭା ସଦସ୍ୟ ପ୍ରତାପ ସିଂହ ବାଜଓ୍ବାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହାଳ ସହିତ ସଦସ୍ୟମାନେ କଳା ଆଇନ ପ୍ରତ୍ୟାହାର କର, ପ୍ରଧାନମନ୍ତ୍ରୀ ନ୍ୟାୟ କର ନାରା ଦେଇଥିଲେ ।

ସେପଟେ କଂଗ୍ରେସର ବିରୋଧ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ୍‌ ନଖଭୀ । ସେ କହିଛନ୍ତି, ମୁଦ୍ଦା, ତଥ୍ୟ ଏବଂ ତର୍କକୁ ନେଇ ଯେକୌଣସି ଆନ୍ଦୋଳନକୁ ସ୍ବାଗତ । କିନ୍ତୁ ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି କିଛି ଲୋକ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମୁଦ୍ଦାକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କୁହାଯାଇଛି । ଚାଷୀମାନେ ଆସନ୍ତୁ ସରକାରଙ୍କ ସହିତ ଆଲେଚନା କରନ୍ତୁ ବୋଲି କହିଛନ୍ତି ନଖଭୀ ।

ସୂଚନାଯୋଗ୍ୟ, ଦିଲ୍ଲୀର ଟିକ୍‌ରୀ ବର୍ଡର, ସିଙ୍ଘୁ ବର୍ଡର ଏବଂ ଗାଜୀପୁର ବର୍ଡରରେ ଚାଷୀମାନେ ଗତ ବର୍ଷ ନଭେମ୍ବର ମାସଠାରୁ ଧାରଣାରେ ବସିଛନ୍ତି । ଚାଷୀଙ୍କ ଦାବି ହେଉଛି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ଏବଂ ଶସ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଉ । କିନ୍ତୁ କେନ୍ଦ୍ର ସରକାର ଏଥି​‌ରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଉଛନ୍ତି । ଏ ନେଇ ସରକାର ଏବଂ ଚାଷୀନେତାମାନଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଥିଲେ ସୁଦ୍ଧା କୌଣସି ଫଳାଫଳ ବାହାରି ପାରିନାହିଁ ।

   Related Posts