Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

‘ଦେଶର ଅର୍ଥବ୍ୟବସ୍ଥା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ନାହିଁ, ସେ କେବଳ କଂଗ୍ରେସ ସରକାରକୁ ଭାଙ୍ଗିବା ଚେଷ୍ଟାରେ ଅଛନ୍ତି’… ରାହୁଲଙ୍କ ଆକ୍ଷେପ

11/03/2020 at 5:18 PM

ନୂଆଦିଲ୍ଲୀ ୧୧।୦୩- ମଧ୍ୟ ପ୍ରଦେଶ ରାଜନୀତି ଓ ତୈଳ ଦରକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ହମଲା କରିଛନ୍ତି। ଟୁଇଟ୍ କରି ରାହୁଲ ଆରୋପ ଲଗାଇଛନ୍ତି ଯେ, ବିଜେପି ମଧ୍ୟପ୍ରଦେଶରେ ଜନତାଙ୍କ ଦ୍ଵାରା ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା ଚଳାଇଛି। ସେ ଅନ୍ତରାଷ୍ଟ୍ରୀୟ ବଜାରରେ ହ୍ରାସ ପାଇଥିବା ତୈଳ ଦରର ଫାଇଦା ଜନତାଙ୍କ ପାଖକୁ ପହଞ୍ଚାଇବା ନେଇ କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଏହି ଟୁଇଟ୍ କରିଛନ୍ତି।

ସେ  ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତୁମେ ଜନତାଙ୍କ ଦ୍ଵାରା ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା ଚଳାଇ ଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୩୫ ପ୍ରତିଶତ ହ୍ରାସ ପାଇଥିବା କଣ ଜାଣି ପାରି ନାହଁ। କଣ ଆପଣ ଅଶୋଧିତ ତୈଳ ଦର ହ୍ରାସର ଫାଇଦା ଜନତାଙ୍କୁ ଦେବାକୁ ପ୍ରୟାସ କରିବେ ? କଣ  ପେଟ୍ରୋଲ ଦର ୬୦ ଟଙ୍କା ହୋଇ ପାରିବ ? କଣ ଦେଶର ଅର୍ଥବ୍ୟବସ୍ଥାକୁ ସଜାଡିବେ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର କଂଗ୍ରେସ ପାର୍ଟି ଛାଡିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ବିଜେପିକୁ ଶାଣିତ ସ୍ଵରରେ ହମଲା କରିଛି। ଆସାମର କଂଗ୍ରେସ ସାଂସଦ ଗୌରଭ ଗୋଗୋଇ କହିଛନ୍ତି ଯେ, ବିଜେପି ଦେଶର ଅର୍ଥ ବ୍ୟବସ୍ଥା ନେଇ ଚିନ୍ତିତ ନୁହଁ।

ବିଜେପି ଦେଶର ଭୁଶୁଡି ପଡିଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ରାଜ୍ୟରେ ସ୍ଥିର ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ଏଥିରୁ ଜଣା ପଡୁଛି ଯେ, ବିଜେପି ଅର୍ଥବ୍ୟବସ୍ଥାକୁ ନେଇ କେତେ ଚିନ୍ତିତ। ଆମେ ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ବିଜେପିର ହୀନ ରାଜନୀତି  ଦେଖିଛୁ। ଯଦି ଜନତା ମଧ୍ୟ ପ୍ରଦେଶରେ ବିଜେପିକୁ ସରକାରରେ ଦେଖିବାକୁ ଚାହିଁ ଥାନ୍ତେ ତେବେ ଭୋଟ୍ କରିଥାନ୍ତେ ବୋଲି ଗୋଗୋଇ ବୁଧବାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭୁଶୁଡିବା ସ୍ଥିତିରେ ଅଛି। ଯଦି ୨୨ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାଏ ତେବେ କଂଗ୍ରେସ ଗୃହରେ ସଂଖ୍ୟା ଗରିଷ୍ଠତା ହରାଇବ ଏବଂ ବିଜେପି ସରକାର ଗଠନ କରିବା ସ୍ଥିତିକୁ ଚାଲି ଆସିବ।

   Related Posts