Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି

10/10/2019 at 1:04 PM

ସୁରଟ ୧୦।୧୦: ବିଦେଶ ଗସ୍ତ ସାରି ଭାରତ ଫେରିବା ପରେ କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏକ ମାନହାନୀ ମାମଲାରେ ସୁରଟର ଏକ କୋର୍ଟରେ ସେ ହାଜର ହୋଇଛନ୍ତି ।

୨୦୧୯ ନିର୍ବାଚନ ସମୟରେ ରାହୁଲ ମୋଦିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସବୁ ଚୋରଙ୍କ ଉପନାମ ମୋଦି କାହିଁକି ହୋଇଛି ବୋଲି ରାହୁଲ କହିଥିଲେ । ରାହୁଲଙ୍କ ବିରୋଧରେ ସ୍ଥାନୀୟ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ଅପରାଧିକ ମାନହାନୀ ମୋକଦ୍ଦମା କରିଥିଲେ ।

ତାଙ୍କ ଅଭିଯୋଗରେ ପୁର୍ଣ୍ଣେଶ କହିଥିଲେ ରାହୁଲ ଗାନ୍ଧି ପୂରା ମୋଦି ସମୁଦାୟକୁ ବଦନାମ କରିଛନ୍ତି । ରାହୁଲ କୋର୍ଟରେ ହାଜର ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରଟ ଏୟାରପୋର୍ଟରେ ହଜାର ହଜାର କଂଗ୍ରେସ କର୍ମୀ ରାହୁଲଙ୍କ ସ୍ବାଗତ କରିଥିଲେ । ତେବେ ଆସନ୍ତା ୧୦ ଡିସେମ୍ବରକୁ ଏନେଇ ପରବର୍ତ୍ତି ଶୁଣାଣି କରିବେ କୋର୍ଟ ।

   Related Posts