Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଦିଲ୍ଲୀ ଅଶାନ୍ତ: ଶାନ୍ତି ପାଇଁ ରାହୁଲ ଗାନ୍ଧିଙ୍କ ଅନୁରୋଧ, ଗୌତମ ଗମ୍ଭୀର କଲେ ଅପିଲ, ଚାଷୀ ନେତା ରାକେଶ ଟିକାୟତଙ୍କ ସଫେଇ, ସଞ୍ଜୟ ରାଉତଙ୍କ ପ୍ରଶ୍ନ…

26/01/2021 at 3:58 PM

ନୂଆଦିଲ୍ଲୀ ୨୬/୦୧ : ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ଟ୍ରାକ୍ଟର ମାର୍ଚ୍ଚ ଉଗ୍ରରୂପ ଧାରଣ କରିଛି । ପୋଲିସ ଏବଂ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ଜାରି ରହିଛି । ଅନୁମତି ନଥିବା ସ୍ଥାନମାନଙ୍କରେ ବଳପୂର୍ବକ ଧସେଇପଶିଛନ୍ତି ଚାଷୀ । ଚାଷୀଙ୍କ ହିଂସାତ୍ମକ ପ୍ରଦର୍ଶନ ଦେଖି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଟ୍ବିଟ୍ କରି ରାହୁଲ କହିଛନ୍ତି, ‘ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଧସ୍ତାଧସ୍ତି ମଧ୍ୟରେ ଯେଉଁମାନେ ବି ଆହତ ହୁଅନ୍ତୁ, ଆମ ଦେଶର ହିଁ କ୍ଷତି ହେଉଛି । ଦେଶର ହିତ ପାଇଁ କୃଷି ବିରୋଧି ଆଇନ ପ୍ରତ୍ୟାହାର କରନ୍ତୁ’ ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ମଧ୍ୟ ଚାଷୀ ପ୍ରସଙ୍ଗରେ ଟ୍ବିଟ୍‌ କରିଛନ୍ତି । ସେ କହିଛନ୍ତି, ‘ଚାଷୀମାନଙ୍କୁ ଅନୁରୋଧ କରୁଛି ସେମାନେ ହିଂସାକୁ ରୋକନ୍ତୁ । ହିଂସା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ’।

କଡା ସୁରକ୍ଷା ବଳୟରେ ଥିବା ଲାଲକିଲ୍ଲାକୁ ମଧ୍ୟ ଛାଡି ନାହାନ୍ତି ଚାଷୀ । ଉତ୍ତ୍ୟକ୍ତ ଚାଷୀମାନେ ଲାଲକିଲ୍ଲା ମଧ୍ୟକୁ ଧସେଇ ପଶିଛନ୍ତି । ପ୍ରଦର୍ଶନକାରୀ ଚାଷୀମାନେ ଲାଲକିଲ୍ଲା ଉପରକୁ ମଧ୍ୟ ଚଢିଯାଇଛନ୍ତି । ଚାଷୀମାନେ ବିଭିନ୍ନ ସଂଗଠନର ପତାକା ଧରି ଲାଲକିଲ୍ଲା ଉପରକୁ ଚଢିଯିବା ସହିତ ବିଭିନ୍ନ ନାରା ଦେଇଥିଲେ । ଏବେ ମଧ୍ୟ ଅନେକ ସ୍ଥାନରେ ହିଂସା ଜାରି ରହିଛି । ଚାଷୀମାନଙ୍କୁ ଅଟକାଇବା ପାଇଁ ନୟାନ୍ତ ହୋଉଗଲାଣି ପୋଲିସ ।  ଗଣତନ୍ତ୍ର ଦିବସରେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଦିଲ୍ଲୀ ରାଜପଥରେ ହଙ୍ଗାମା କରିଛନ୍ତି । ଚାଷୀଙ୍କୁ ରୋକିବା ପାଇଁ ପୋଲିସ ନୟାନ୍ତ ହୋଇସାରିଲାଣି ।

ଉଗ୍ର ରୂପକୁ ଦେଖି ଚାଷୀନେତା ମଧ୍ୟ ଚାଷୀଙ୍କ ପକ୍ଷ ଛାଡିଛନ୍ତି । ଭାରତୀୟ କିଷାନ ୟୁନିଅନ୍‌ର ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି, ‘ଚାଷୀ ହିଂସା କରୁଥିବା ଖବର ନାହିଁ । ରାଲି ଶାନ୍ତିପୂର୍ଣ୍ଣ ଭାବେ ହେଉଛି । ଚାଷୀମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମାର୍ଚ୍ଚ କରିବାକୁ କୁହାଯାଇଛି’ ।

ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବ ସେନା ନେତା ସଞ୍ଜୟ ରାଉତ । ସେ କହିଛନ୍ତି, ‘ଯଦି ସରକାର ଚାହିଁବେ ତେବେ ହିଂସା କମିବ । ଦିଲ୍ଲୀରେ ଯାହା ଚାଲୁ ରହିଛି ତାହାକୁ କେହି ସମର୍ଥନ କରିବେ ନାହିଁ । ଲାଲ କିଲ୍ଲା ଏବଂ ତ୍ରିରଙ୍ଗାର ଅପମାନକୁ ସହ୍ୟ କରାଯିବ ନାହିଁ ।’ ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି ଏପରି ପରିସ୍ଥିତି କାହିଁକି ସୃଷ୍ଟି ହୋଇଛି ? ସରକାର ଚାଷୀ ବିରୋଧୀ ଆଇନକୁ ରଦ୍ଦ କରୁନାହାନ୍ତି କାହିଁକି ? କେହି ଅଦୃଶ୍ୟ ଶକ୍ତି ଏହାକୁ ନେଇ ରାଜନୀତି କରୁଛି କି ?

ଚାଷୀ ସଂଗଠନମାନଙ୍କୁ ଅନେକ ସର୍ତ୍ତ ସହିତ ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । କିନ୍ତୁ ଟ୍ରାକ୍ଟର ମାର୍ଚ୍ଚ ବେଳେ ଏହାର ଠିକ୍‌ ଓଲଟା ଦେଖିବାକୁ ମିଳିଛି । ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଅନୁପ୍ରବେଶ କରିଛନ୍ତି । ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଛନ୍ତି ଚାଷୀ ।

   Related Posts