ଘୋଡା ପିଠିରେ ବସି ନିର୍ବାଚନମଣ୍ଡଳି ବୁଲୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ

Published By : Prameya-News7 Bureau | February 10, 2019 IST

ଚିତ୍ରକୋଣ୍ଡା୧୦|୨: ଲାଲ ଗଡ଼ରେ ନେତାଙ୍କ ନିଆରା ଚିତ୍ର । ଘୋଡା ପିଠିରେ ବସି ମାଲକାନଗିରି ଜିଲ୍ଲା ବିଚ୍ଚିନ୍ନାଞ୍ଚଳ ବୁଲିଲେ ପିସିସି କଂଗ୍ରେସ ଉପସଭାପତି ପ୍ରଦୀପ ମାଝୀ। ବିଶେଷ କରି ନକ୍ସଲ ଗଡ ଭାବେ ପରିଚିତ ଜନତାପାଇ ଗ୍ରାମରୁ ପାପେରମେଟଲା ପର୍ଯ୍ୟନ୍ତ ଘୋଡା ପିଠିରେ ବସି ବସି ଗଲେ ।

{"id":84004}

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସବୁ ରାଜନୈତିକ ଦଳର ନେତାମାନେ ଲାଗିପଡି ଥିବା ବେଳେ ଏକ ଅଭିନବ ଉପାୟ ବ୍ୟବହାର କରି ଆଦିବାସୀ ଲୋକଙ୍କ ମନ ଜିତିବାକୁ ଘୋଡା ପିଠିରେ ବସି ଲୋକଙ୍କ ପାଖକୁ ଯାଇଛନ୍ତି ପ୍ରଦେଶ କଂଗ୍ରେସ ଉପସଭାପତି ପ୍ରଦୀପ ମାଝୀ ।  

{"id":84005}

ପ୍ରଦୀପ ମାଝିଙ୍କ ଏହି ଘୋଡା ଚଢା ଦୃଶ୍ୟ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ମନ ଜିତିବାରେ କେତେ ସହାୟକ ହେବ ତାହା ଅଲଗା କଥା ନିଜେ ପ୍ରଦୀପ କିନ୍ତୁ ଏକ ନିଆରା ଅନୁଭୂତି ସାଉଁଟିଛନ୍ତି ।

{"id":84006}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.