କଂଗ୍ରେସର ବରିଷ୍ଠ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ, ୪ ଥର ହୋଇଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 09, 2021 IST

ଗାନ୍ଧୀନଗର, ୦୯୦୧  ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା ।

ମାଧବ ସିଂ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ଥିଲେ । ସେ ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶନିବାର ସେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ୧୯୨୭ ମସିହା ଜୁଲାଇ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟରେ କଂଗ୍ରେସକୁ ଶକ୍ତିଶାଳୀ କରିବାରେ ମାଧବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.