Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାଜ୍ୟ ହକ୍ ଛଡାଇ ନେଉଛି କେନ୍ଦ୍ର, ଚୁପ୍ ବସିଛନ୍ତି ରାଜ୍ୟ ସରକାର : ପଞ୍ଚାନନ କାନୁନଗୋ

2/11/2020 at 5:31 PM

ଭୁବନେଶ୍ବର ୨।୧୧: କେନ୍ଦ୍ର ସରକାର ମାରୁଛନ୍ତି ଓଡିଶାର ହକ୍ ଓ ରାଜ୍ୟ ସରକାର ଚୁପଚାପ ବସି ରହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସୋମବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାନନ ଅଭିଯୋଗ କରିଛନ୍ତି ଯେ,  ୟୁପିଏ ସରକାର ବେଳେ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରା ଦେଉଥିଲେ । ହେଲେ ୬ ବର୍ଷ ହେଲେ ଏସବୁ ବନ୍ଦ ।

ରାଜ୍ୟ ସରକାରଙ୍କ ଉପରେ ୧ ଲକ୍ଷ ୨୫ ହଜାର କୋଟିର ଋଣ, ହେଲେ କେନ୍ଦ୍ର ସରକାର ରାଜ୍ୟକୁ ତାର ୭୨ ହଜାର କୋଟି ଟଙ୍କାର ବକେୟା ହକ୍ ଦେଉନାହାନ୍ତି । ସେସ, ରୟାଲଟି ନବଢାଇ ଓ ରାଜ୍ୟର ହକ୍‌ ମାରି  ରାଜ୍ୟରୁ ୨ ଲକ୍ଷ କୋଟି ଟଙ୍କା ଲୁଟ୍ କରାଯାଇଛି । ୪୨ଟି ସେସ ଅତି ମାତ୍ରାରେ ଲଦି ଦିଆଯାଇଛି ରାଜ୍ୟ ଉପରେ । ରାଜ୍ୟରେ ବଢୁଛି ଶିକ୍ଷିତ ବେକାରଙ୍କ ସଂଖ୍ୟା ।

ରାଜ୍ୟରେ ଶିକ୍ଷା ଋଣ ଏନପିଏ  ୧୪ ପ୍ରତିଶତ । କୃଷି ଋଣ  ଏନପିଏ ୧୪ ପ୍ରତିଶତ ରହିଛି। ରାଜ୍ୟର ବଡ ହକ୍ ଅର୍ଥ କମିଶନଙ୍କ ଡିଭୋଲ୍ୟୁସନ ବାବଦରେ ୪୨ ପ୍ରତିଶତ  ଅର୍ଥକୁ ଏଥର ୪୧ ପ୍ରତିଶତକୁ ହ୍ରାସ କରାଯାଇଛି । ୧ ପ୍ରତିଶତ ଟଙ୍କା ଜାମ୍ମୁକାଶ୍ମୀରକୁ ମିଳିବ ଯାହା ପାଇଁ ରାଜ୍ୟ ୨୧ ହଜାର କୋଟି ଟଙ୍କା ହରାଇବ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ୬ ବର୍ଷ ହେଲା କୋଇଲା ରୟାଲିଟି ବଢାଉନାହାନ୍ତି କେନ୍ଦ୍ର ସରକାର । କହୁଛନ୍ତି ରୟାଲଟି ବଢିଲେ ବିଦ୍ୟୁତ୍ ଦେୟ ବଢିବ । ରାଜ୍ୟ ହକ୍ ଛଡାଇ ନେବାକୁ ନିନ୍ଦା କରିଛି କଂଗ୍ରେସ । ରାଜ୍ୟରେ ଡବଲ ଇଞ୍ଜିନର ଲୁଟ୍ ଚାଲିଛି । ଏନେଇ  ଉଭୟ ରାଜ୍ୟ ଓ କେନ୍ଦ୍ରକୁ ହିସାବ ମାଗିଛନ୍ତି ପଞ୍ଚାନନ । ବିତର୍କ ସହ ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ଆହ୍ବାନ କରିଛନ୍ତି ।

   Related Posts