ଲଖିମପୁର ଯାଉଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ହେପାଜତକୁ ନେଲା ପୋଲିସ, ଦଳ ବଳ ନେଇ ଖିରୀ ଯାଉଥିଲେ କଂଗ୍ରେସ ନେତା

Published By : Prameya-News7 Bureau | October 07, 2021 IST

ଲକ୍ଷ୍ନୌ ୦୭/୧୦ : ଲଖିମପୁର ଖିରୀ ଯାଉଥିବା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ହେପାଜତକୁ ନେଇଛି ଉତ୍ତର ପ୍ରଦେଶ ପୋଲିସ । ୟୁପି ସୀମାନ୍ତ ସହାରନପୁର ନିକଟରେ ସିଦ୍ଧୁଙ୍କ କାର୍‌କେଡ୍‌କୁ ପୋଲିସ ଅଟକ ରଖିବା ସହିତ ନିଜ ହେପାଜତକୁ ନେଇଛି । ଏହି ଘଟଣାକୁ ନେଇ ସେଠାରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସିଦ୍ଧୁଙ୍କୁ ଅଟକାଇବା ପାଇଁ ପୋଲିସ ଲଗାଇଥିବା ବ୍ୟାରିକେଡ୍‌ ମଧ୍ୟରୁ ପ୍ରଥମ ବ୍ୟାରିକେଡ୍‌ ଭାଙ୍ଗିଦେଇଛନ୍ତି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ।

wp:embed {"url":"https://twitter.com/sherryontopp/status/1446037762923130881","type":"rich","providerNameSlug":"twitter","responsive":true}
https://twitter.com/sherryontopp/status/1446037762923130881
/wp:embed

ସିଦ୍ଧୁଙ୍କ ସହିତ ଉତ୍ତର ପ୍ରଦେଶ ଖିରୀ ଯାଉଥିବା ମନ୍ତ୍ରୀ ଅମରିନ୍ଦର ସିଂହ ରାଜା, ବିଜୟେନ୍ଦ୍ର ସିଂଗଲା, ଗୁରକୀରତ କୋଟଲୀ ସମେତ ଅନେକ ବିଧାୟକଙ୍କୁ ମଧ୍ୟ ହେପାଜତକୁ ନେଇଯାଇଛି ପୋଲିସ । ଏହା ପୂର୍ବରୁ ଗତକାଲି ସିଦ୍ଧୁ କହିଥିଲେ, ଯଦି ଶୁକ୍ରବାର ସୁଦ୍ଧା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷର ଗିରଫଦାରୀ ନହୁଏ ତେବେ ସେ ଅନଶନରେ ବସିବେ । ସେପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଖିରୀରେ ପହଞ୍ଚିଯାଇଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।  

ଶୁଣିବାକୁ ମିଳୁଛି ଯେ, ଉତ୍ତର ପ୍ରଦେଶ ପୋଲିସ କେବଳ ୫ ଜଣ ନେତାଙ୍କୁ ହିଁ ୟୁପିରେ ପ୍ରବେଶ ପାଇଁ ଅନୁମତି ଦେଇଛି । କିନ୍ତୁ ସିଦ୍ଧୁ ନିଜ ଟିମ ସହିତ ଯିବାକୁ ଅଡିବସିଛନ୍ତି । ସିଦ୍ଧୁଙ୍କ କହିବା କଥା ତାଙ୍କର ପୁରା ଟିମକୁ ଖିରୀ ଯିବା ପାଇଁ ଅନୁମତି ଦିଆଯାଉ ନଚେତ ଗିରଫ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.