Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପଞ୍ଜାବ କଂଗ୍ରେସରେ ବିଦ୍ରୋହ : ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିଲେ ନବଜୋତ ସିଂ ସିଦ୍ଧୁ, କହିଲେ,’ସତ୍ୟ ପ୍ରତାରିତ ହୋଇପାରେ, ପରାଜିତ ନୁହେଁ’

1/06/2021 at 4:53 PM

ନୂଆଦିଲ୍ଲୀ ୦୬/ ୦୧ : କରୋନା ସଙ୍କଟ ମଧ୍ୟରେ ପଞ୍ଜାବ ରାଜନୀତି ଏବେ ସରଗରମ ହୋଇଯାଇଛି । ପଞ୍ଜାବ କଂଗ୍ରେସରେ ବିଦ୍ରୋହ ଚରମ ସୀମାରେ ପହଞ୍ଚିଛି । ଏହାରି ମଧ୍ୟରେ ମଙ୍ଗଳବାର କଂଗ୍ରେସ ହାଇକମାଣ୍ଡ, ପଞ୍ଜାବର ସମସ୍ତ ବିଧାୟକ,ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଇଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବେଜାତ ସିଂ ସିଦ୍ଧୁ ଦିଲ୍ଲୀରେ ହାଇକମାଣ୍ଡଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗ ଦେଇଛନ୍ତି ।

ସାକ୍ଷାତକାର ପରେ ସିଦ୍ଧୁ କହିଛନ୍ତି, ‘ହାଇକମାଣ୍ଡ ଡକାଇଥିବାରୁ ଆସିଥିଲି । ପଞ୍ଜାବର ଜନସାଧାରଣଙ୍କ ସ୍ବର ପହଞ୍ଚାଇବାକୁ ଚେଷ୍ଟା କରିଛି । ପଞ୍ଜାବରେ ଘଟୁଥିବା ଘଟଣାର ସତ୍ୟତା ଏବଂ ହକ୍‌ ହାଇକମାଣ୍ଡଙ୍କୁ ଜଣାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜାବବାସୀଙ୍କର ଲୋକତାନ୍ତ୍ରିକ ବଳ ରହିଛି । ଯାହାକି ସେମାନଙ୍କୁ ମିଳିବା ଦରକାର । ଯାହା ସତ, ତାହା ହାଇକମାଣ୍ଡଙ୍କୁ ଜଣାଇଛନ୍ତି । ସତ କେବେ ଲୁଚି ରେହନି କିମ୍ବା ପରାଜିତ ହୁଏନାହିଁ । ଆମକୁ ପଞ୍ଜାବକୁ ଜିତାଇବାକୁ ହେବ ଏବଂ ପଞ୍ଜାବ ବିରୋଧୀ ଶକ୍ତିଙ୍କୁ ହରାଇବାର ଅଛି ।
ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସରେ ବିଦ୍ରୋହ ଏବେ ଚରମ ସୀମାରେ ପହଞ୍ଚିଲାଣି । ତେବେ ଆଗକୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେ ନେଇ ଦଳର ବରିଷ୍ଠ ନେତା ହରିଶ ରାଓ୍ବତଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଉକ୍ତ ପ୍ୟାନେଲ ନିକଟରେ ହାଜର ହୋଇ ନିଜର ମତ ରଖିଛନ୍ତି ।

   Related Posts