Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅମାନିଆ ସିଦ୍ଧୁ : କୃଷି ଆଇନକୁ ବିରୋଧ କରି ଘରେ ଲଗାଇଲେ କଳା ପତାକା, କହିଲେ ଜାରି ରହିବ ଲଢେଇ

25/05/2021 at 11:22 AM

ନୂଆଦିଲ୍ଲୀ ୨୫/୫: ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇପଡିଛି । କୃଷି ଆଇନକୁ ବିରୋଧ କରି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି । ଏହାସହ କୃଷି ଆଇନ ବିରୋଧରେ କୃଷକ କରୁଥିବା ଆନ୍ଦୋଳନକୁ ସମର୍ଥନ ବି ଜଣାଇଛନ୍ତି । ଟ୍ୱିଟରରେ ଏକ ଭିଡଓ ସେୟାର କରିଛନ୍ତି ସିଦ୍ଧୁ, ଯେଉଁଠି ଛାତ ଉପରେ କଳା ପତ୍ତାକା ଉଡାଉଛନ୍ତି । ତାଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।

ସିଦ୍ଧୁ ଭିଡିଓରେ କହିଛନ୍ତି ଗତ ୨୦ରୁ ୨୫ ବର୍ଷ ମଧ୍ୟରେ ଆମଦାମୀ କମିବା ସହ ଋଣ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ପଞ୍ଜାବର ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି । ପଞ୍ଜାବ ଆଜି ଏକାସାଙ୍ଗରେ ତିନୋଟି କୃଷି ଆଇନ ବିରୋଦ୍ଧରେ ଲଢେଇ କରୁଛି । ଏହି ତିନୋଟି ନିୟମ କୃଷକ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ପେଟରେ ଲାତ୍ବା ମାରିବା ସଦୃଶ ହୋଇଛି । ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ଯଦି ଏହି ତିନୋଟି ନିୟମ ପ୍ରତ୍ୟାହାର ନହୁଏ ତେବେ ପଞ୍ଜାବ ଆଉ ଠିଆ ହୋଇପାରିବ ନାହିଁ। ମୁଁ ମଧ୍ୟ ପଞ୍ଜାବର ଚାଷୀଙ୍କ ସପକ୍ଷରେ ରହିଛି ଓ ରହିଥିବି ।

   Related Posts