ସାରୁଅ ଆଦିବାସୀ ଜମି କେଳେଙ୍କାରୀ ମାମଲା : ଆଇନ ତା ବାଟରେ ଯାଉ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

Published By : Prameya-News7 Bureau | November 02, 2020 IST

ବଲାଙ୍ଗୀର ୨।୧୧: ସାରୁଆ ଆଦିବାସୀ ଜମି କେଳେଙ୍କାରୀ ନେଇ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କ୍ରାଇମବ୍ରାଞ୍ଚ ଯାହାକୁ ଗିରଫ କରିଛି ତାଙ୍କୁ ପୂର୍ବରୁ ବହୁ ଥର ନୋଟିସ କରାଯାଇଛି । ତାଙ୍କ ବିରୋଧରେ ତଦନ୍ତ ଚାଲୁଥିଲା ତାହା ପ୍ରମାଣିତ ହେଲା ପରେ ତାଙ୍କୁ ଗିରଫ କରାଯାଇଛି । ନୋଟିସ ଦେବାର ଆବଶ୍ୟକତା ନାହିଁ । ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ବୋଲି ସିଧାସଳଖ କଟାକ୍ଷ କରି ଟାର୍ଗେଟ୍ କରିଛନ୍ତି ।

ଜଣେ କର୍ମଚାରୀକୁ ସୁରକ୍ଷା ଦେବା ପାଇଁ ତାର ଦୈନନ୍ଦିନ କାମ ବି ଭୁଲି ଯାଇଛି । ସମସ୍ତେ ସହମତ ହେବା କଥା ଆଇନକୁ ତା ବାଟରେ ଯିବାକୁ ଛାଡି ଦିଆଯାଉ । ଆଇନ ତା ବାଟରେ ଯିବ । ଅଭିଯୋଗ କେତେ ସତ କେତେ ମିଛ ଯେ ଅନୁସନ୍ଧାନ କରୁଛନ୍ତି ତାହାର ପ୍ରମାଣ ତାଙ୍କ ପାଖରେ ନିଶ୍ଚିତ ଭାବେ ଥିବ । କେଉଁଟା ସତ କେଉଁଟା ମିଛ ତାହା କହିବା ଉଚିତ ନୁହେଁ । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି କେସକୁ ପ୍ରଭାବିତ କରିବାକୁ କୌଣସି ଗଣମାଧ୍ୟମ ଉଦ୍ୟମ କରିବା ଉଚିତ ନୁହେଁ । ମିଡିଆ ଟ୍ରାଏଲ କରିବା ଉଚିତ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.